ନୂଆଦିଲ୍ଲୀ: ଆଇଏଏସ୍ ଅଧିକାରୀ ତଣ୍ଡ ଗଣିବେ ଦେଢ଼ କୋଟିରୁ ଉର୍ଦ୍ଧ୍ୱ ଜୋରିମାନା । ସରକାରୀ ସଂସ୍ଥାର କୋଠାକୁ ଜୋର ଜବରଦସ୍ତି କବଜା କରି ରଖିବା ଆଇଏଏସ୍ ଅଧିକାରୀ ତଥା ଉତ୍ତର ପ୍ରଦେଶ ଲଖୀମୁପର ଖୀରୀର ଜିଲ୍ଲା ମାଜିଷ୍ଟ୍ରେଟ୍ ଦୁର୍ଗାଶକ୍ତି ନାଗପାଲଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।
ଆଇଏଏସ୍ ଦୁର୍ଗାଶକ୍ତିଙ୍କୁ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥା ପକ୍ଷରୁ ଦିଲ୍ଲୀ ପୁସା ରୋଡରେ ଥିବା ସରକାରୀ ଆବାସ ଦିଆଯାଇଥିଲା । କିନ୍ତୁ ଆବଣ୍ଟନ ଅବଧି ଶେଷ ହେବା ପରେ ମଧ୍ୟ ଦୀର୍ଘ ତିନି ବର୍ଷ ହେବ ଉକ୍ତ ବଙ୍ଗଳା ଉପରେ କବଜା କରି ରଖିଛନ୍ତି । କେତେବେଳେ ମାଆଙ୍କ ଦେହ ଖରାପ ତ ଆଉ କେତେବେଳେ ବାପାଙ୍କ ଦେହ ଖରାପ କରି ବାହାନା କରିଆସୁଥିଲେ । ଫଳରେ ତାଙ୍କ ଉପରେ ୧ କୋଟି ୬୩ ହଜାର ଟଙ୍କା ଜୋରିମାନ ଦେବାକୁ ନୋଟିସ୍ ହୋଇଛି । ଏହି ଜୋରିମାନାକୁ କୋହଳ କରିବାକୁ ଆଇଏଏସ୍ ଦୁର୍ଗାଶକ୍ତି ଆବେଦନ କରିଛନ୍ତି, ଯାହାକି ଏବେ ବିଚାରଧୀନ ରହିଛି ।
୨୦୧୦ ବ୍ୟାଚ ଉତ୍ତର ପ୍ରଦେଶ କ୍ୟାଡର ଆଇଏଏସ୍ ହେଉଛନ୍ତି ଦୁର୍ଗା ଶକ୍ତି ନାଗପାଲ, ଯିଏ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ୨୦୧୩ରେ ସମାଜବାଦୀ ପାର୍ଟି ସରକାର ଥିବାବେଳେ ଆଇଏଏସ୍ ନାଗପାଲ ନୋଏଡାରେ ଅପରାଧୀଙ୍କୁ ନାକେଦମ୍ କରିରଖିଥିଲେ । ୨୦୧୫ରେ ନାଗପାଳ କେନ୍ଦ୍ରୀୟ ଡେପୁଟେସନରେ ଆଶି କୃଷି ମନ୍ତ୍ରୀ ରାଧାମୋହନ ସିଂଙ୍କ ସ୍ୱତନ୍ତ୍ର କାର୍ଯ୍ୟ ଅଧିକାରୀ ଥିଲେ । ସେତେବେଳେ ତାଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ପୁସା କ୍ୟାମ୍ପସରେ ସେହି ବର୍ଷ ଅପ୍ରେଲ୍ ମାସରେ ଦିଆଯାଇଥିଲା ।