ଗଞ୍ଜାମ: ଭିଜିଲାନ୍ସ ଜାଲରେ ଓଏଏସ୍ ଅଧିକାରୀ। ଗଞ୍ଜାମ ବେଲଗୁଣ୍ଠା NAC କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ । ଜଣେ କର୍ମଚାରୀଙ୍କ ରିଲିଜ ଅର୍ଡର ଓ ଏରିୟର କରାଇଦେବାକୁ ଲାଞ୍ଚ ନେଉଥିଲେ। ଲାଞ୍ଚ ନେଇ ଧରାପଡ଼ିବା ପରେ ବନମାଳୀଙ୍କ ୩ଟି ସ୍ଥାନରେ ରେଡ୍ ଚାଲିଛି । ବନମାଳୀଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ।
ସୂଚନା ଅନୁଯାୟୀ ବନମାଳୀଙ୍କ ଅଫିସ୍, କ୍ୱାର୍ଟର ଓ କବିସୂର୍ଯ୍ୟନଗର ଠାରେ ଥିବା ଦୁଇଟି ବାସଭବନରେ ରେଡ୍ ଚାଲିଛି l ଜଣେ ଡିଏସ୍ପି, ଜଣେ ଇନ୍ସପେକ୍ଟର ଓ ୨ ଜଣ ଜଣ ଏଏସ୍ଆଇ ମିଶି ୮ ଜଣିଆ ଟିମ୍ ତଦନ୍ତ ଜାରି ରଖିଛି।