ଭୁବନେଶ୍ଵର: ପ୍ରଶାସନିକସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଛନ୍ତି। ଶନିବାର ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଅନୁସାରେ ୧୧ ଜଣ ଆଇଏଏସଙ୍କୁ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।
ବିିଜ୍ଞପ୍ତି ଅନୁସାରେ ୧୯୯୫ ବ୍ୟାଚର ବରିଷ୍ଠ ଆଇଏଏସ ଚିତ୍ରା ଅରୁମୁଗମଙ୍କୁ ଶ୍ରମ ଓ ଇଏସଆଇ ବିଭାଗର ପ୍ରମୁଖ ସଚିବ ଦାୟିତ୍ଵ ଦିଆଯାଇଛି। ସେ ବିଜ୍ଞାନ ଓ କାରିଗରି କୌଶଳ ବିଭାଗର ପ୍ରମୁଖ ସଚିବର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । ସେହିପରି ୨୦୦୮ ବ୍ୟାଚର ଆଇଏଏସ ଯାମିନୀ ଷଡ଼ଙ୍ଗୀଙ୍କୁ ସିଟି ଜିଏସ୍ଟି କମିଶନର ଭାବେ ନିଯୁକ୍ତ କରାଯାଇଛି। ସେ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ।
୨୦୧୦ ବ୍ୟାଚ୍ର ଆଇଏଏସ ତଥା ଜଳ ସଂପଦ ବିଭାଗର ଅତିରିକ୍ତ ସଚିବ ସୁଧାଂଶୁ ମୋହନ ସାମଲଙ୍କୁ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। । ୨୦୧୧ ବ୍ୟାଚ୍ର ଆଇଏଏସ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଶ୍ରମ କମିଶନର ଦାୟିତ୍ଵ ଦିଆଯାଇଛି। ୨୦୧୨ ବ୍ୟାଚ୍ ଆଇଏଏସ୍ ପୋମା ଟୁଡ଼ୁଙ୍କୁ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଡଃ ଟୁଡ଼ୁ ଏବେ ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ସହ ଫୁଡ୍ ସେଫଟି କମିଶନର ଓ ଟିଡିସିସିଓଏଲ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି ।
ସେହିପର ିରାଜସ୍ଵ ବିପର୍ଯ୍ୟୟ ପରିଚାଳନା ବିଭାଗରେ ସଚିବ ଥିବା ତ୍ରିଲୋଚନ ମାଝୀଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ ଦିଆଯାଇଛି। କ୍ରୀଡ଼ା ନିର୍ଦ୍ଦେଶକ ଥିବା ସିଦ୍ଧାର୍ଥ ଦାସଙ୍କୁ ସମବାୟ ସଂସ୍ଥାର ରେଜିଷ୍ଟ୍ରାର ପଦରେ ନିଯୁକ୍ତ କରାଯାଇଛି। ୨୦୧୩ ବ୍ୟାଚର ଆଇଏଏସ ବିଜୟ କୁମାର ପୃଷ୍ଟିଙ୍କୁ ସାଧାରଣ ପ୍ରଶାସନର ଅତିରିକ୍ତ ସଚିବ ପଦରେ ଅବସ୍ଥାପିତ କରାଯାଇଛି। ୨୦୧୪ ବ୍ୟାଚର ମୋନିକା ପ୍ରିୟଦର୍ଶିନୀଙ୍କୁ ଓଡ଼ିଶା ଜୀବନ ଜୀବିକାର ମିଶନର ନିର୍ଦ୍ଦେଶିକା ଦାୟିତ୍ଵ ଦିଆଯାଇଛି।
ସେହିପରି ହକି ପ୍ରମୋସନ କାଉନସିଲ ସିଇଓ ୨୦୧୪ ବ୍ୟାଚ୍ ଆଇଏଏସ୍ ଦୀପଙ୍କର ମହାପାତ୍ରଙ୍କୁ କ୍ରୀଡ଼ା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ୨୦୧୪ ବ୍ୟାଚ୍ ଆଇଏଏସ୍ ସ୍ମିତା ରାଉତଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଭାବେ ଅବସ୍ଥାପିତ କରାଯାଇଛି। ସିଦ୍ଧାର୍ଥ ଦାସଙ୍କୁ ସମବାୟ ସମିତିର ରେଜିଷ୍ଟ୍ରାର ଦାୟିତ୍ଵ। ୨୦୧୩ ବ୍ୟାଚର ସତ୍ୟବ୍ରତ ରାଉତଙ୍କୁ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ପଦକୁ ବଦଳି କରାଯାଇଛି।