ଭୁବନେଶ୍ୱର: ଭୁବନେଶ୍ୱରର ଲୋକ ସେବା ଭବନରେ କନଭେନସନ ସେଣ୍ଟରରେ ଦୁଇ ଦିନିଆ ଜାତୀୟ ଉତ୍ତମ ପ୍ରଶାସନିକ ଅଭ୍ୟାସ ସମ୍ମିଳନୀ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ମିଳିତ ଭାବରେ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ସହଯୋଗପୂର୍ଣ୍ଣ, ପ୍ରଯୁକ୍ତିବିଦ୍ୟା-ସକ୍ଷମ ଶାସନ ପାଇଁ ସ୍ୱର ସ୍ଥାପନ କରିଥିଲେ।
ମୁଖ୍ୟମନ୍ତ୍ରୀ କାଗଜବିହୀନ ବଜେଟିଂରୁ ଡିଜିଟାଲ ଅଭିଯୋଗ ସମାଧାନ ବ୍ୟବସ୍ଥା ପର୍ଯ୍ୟନ୍ତ ପ୍ରଶାସନିକ ପରିବର୍ତ୍ତନରେ ଓଡ଼ିଶାର ପଦକ୍ଷେପ ଉପରେ କରିଛନ୍ତି । ଓଡ଼ିଶା ଗର୍ବର ସହିତ କେବଳ ଏକ ଆୟୋଜକ ଭାବରେ ନୁହେଁ ବରଂ ପ୍ରତିକ୍ରିୟାଶୀଳ ଏବଂ ସ୍ୱଚ୍ଛ ଶାସନ ଦିଗରେ ଭାରତର ଯାତ୍ରାରେ ଏକ ସକ୍ରିୟ ଅଂଶୀଦାର ଭାବରେ ଯୋଗଦାନ କରିବ । ଏହି ସମ୍ମିଳନୀ କେବଳ ଏକ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ଭାରତୀୟ ଶାସନର ଭବିଷ୍ୟତକୁ ଗଢ଼ି ତୋଳିବାର ଏକ ସୁଯୋଗ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଶାସନ ସଂସ୍କାରରେ ଆଞ୍ଚଳିକ ସହଯୋଗର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉତ୍ତମ ଶାସନ ଅର୍ଥ ହେଉଛି ପ୍ରତ୍ୟେକ ଚ୍ୟାଲେଞ୍ଜକୁ ଏକ ସୁଯୋଗରେ ପରିଣତ କରିବା । ବିଭିନ୍ନ ରାଜ୍ୟରେ ଏହି ସମ୍ମିଳନୀ ଆୟୋଜନ କରି, ଶାସନ ମଡେଲଗୁଡ଼ିକ ସ୍ଥାନୀୟ ଭାବରେ ପ୍ରାସଙ୍ଗିକ ଏବଂ ଜାତୀୟ ସ୍ତରରେ ସମନ୍ୱିତ କରିବାକୁ ଲକ୍ଷ୍ୟ ରଖିଛୁ ।
ଡିଏଆରପିଜି ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା ମିଳିତ ଭାବରେ ଆୟୋଜିତ ଏହି ସମ୍ମିଳନୀରେ ଦେଶ ସାରାରୁ ୪୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଛନ୍ତି । ଏହା ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ଚାଲିବ । ଏଥିରେ ପାଞ୍ଚଟି ଅଧିବେଶନ ରହିବ ।