ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। ଏଣିକି ପଞ୍ଚାୟତ ପ୍ରତିନିଧିଙ୍କର କାର୍ଯ୍ୟ ଅବଧି ସମୟରେ ମୃତ୍ୟୁ ହେଲେ ମିଳିବ ୨ ଲକ୍ଷ ଟଙ୍କା। ମୃତ୍ୟୁ ହେଲେ କିମ୍ବା ଅକ୍ଷମ ହେଲେ ଅନୁକମ୍ପା ରାଶି ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ୱାର୍ଡ ମେମ୍ବରଙ୍କଠୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭାପତି ପର୍ଯ୍ୟନ୍ତ ଏହା ଅନ୍ତର୍ଭୁକ୍ତ। କୌଣସି କାରଣରୁ ମୃତ୍ୟୁ ଘଟିଲେ ନିକଟ ସମ୍ପର୍କୀୟଙ୍କୁ ମିଳିବ ୨ ଲକ୍ଷ ଟଙ୍କା। ଉଭୟ ହାତ, ଗୋଡ, ଆଖି ନଷ୍ଟ ହେଲେ ବି ୨ ଲକ୍ଷ ଅନୁକମ୍ପା ରାଶି ମିଳିବ। ଗୋଟିଏ ହାତ କିମ୍ବା ଗୋଡ଼ ନଷ୍ଟ ହେଲେ ୧ ଲକ୍ଷ ଟଙ୍କାର ସହାୟତା ମିଳିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ସୂଚନା ଜାରି ହୋଇଛି।