ବାଲେଶ୍ବର: ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲା। କଲେଜକୁ ଯାଇ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ। ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ଖୁବ୍ ଗମ୍ଭୀରତାର ସହ ନେଇଛନ୍ତି। ସେଥିପାଇଁ କ୍ରାଇମବାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା। ଗୁରୁବାର ଘଟଣାସ୍ଥଳରେ (ଏଫଏମ୍) କଲେଜରେ କ୍ରାଇମବ୍ରାଞ୍ଚର ଟିମ୍ ପହଞ୍ଚି ତନାଘନ ଚଳାଇଛି। ବାଲେଶ୍ବରରେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି।
ଏଫଏମ୍ କଲେଜରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ବିଭିନ୍ନ ଦିଗରୁ ପଚାରାଉଚରା କରୁଛି। ପ୍ରିନ୍ସିପାଲ ଏବଂ ଆଭ୍ୟନ୍ତରୀଣ କମିଟି ସଦସ୍ୟଙ୍କୁ ପଚରାଉଚରା କରାଯାଉଛି। ଏହି ଟିମ୍ ବାଲେଶ୍ବର ସହଦେଵ ଖୁଣ୍ଟା ଥାନାରୁ ମାମଲା ସମ୍ପର୍କିତ ସମସ୍ତ ଦସ୍ତାବିଜ ସଂଗ୍ରହ କରିଛନ୍ତି। କଲେଜ ନିକଟରେ ଥିବା ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରାଯିବ। କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଆଇଜି ଏସ. ସାଇନିଙ୍କ ନେତୃତ୍ୱରେ ଡିସିପି ଇମାନ କଲ୍ୟାଣ ନାୟକଙ୍କ ସମେତ ଏକ ସ୍ବତନ୍ତ୍ର ଟିମ୍ ମାଲାର ତଦନ୍ତ କରୁଛି।
ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଜିରୋ ଟଲାରାନ୍ସ ନୀତି ଆପଣାଇବେ ବୋଲି ନିଶ୍ଚିନ୍ତ କରିଥିଲେ। ଯେଉଁମାନେ ଏହି ଘଟଣାରେ ଦୋଷୀ ରହିଛନ୍ତି, ସେମାନଙ୍କୁ ଛଡାଯିବନାହିଁ, ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ପ୍ରତିଶୃତି ଦେଇଛନ୍ତି। ଏହି ପରିପେକ୍ଷୀରେ କ୍ରାଇମବ୍ରାଞ୍ଚର ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗରୁ ତନାଘନା ଚଲାଇଛି।