ପୁରୀରେ ଜଘନ୍ଯ ହତ୍ଯାକାଣ୍ଡ। ଜଗନ୍ନାଥ ବଲ୍ଲଭ କମ୍ପେକ୍ସ ଭିତରେ ଥିବା ବେଣ୍ଟା ପୋଖରୀରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ପ୍ରାଥମିକ ସୂଚନା ଅନୁଯାୟୀ ଦୁଇ ମାନସିକ ବିକାର ଯୁବକଙ୍କ ମଧ୍ୟରେ ଝଗଡ଼ା ପରେ ଜଣେ ଆଉ ଜଣଙ୍କୁ ପଥରରେ ଛେଚି ହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ତେବେ ପୁରୀ ଟାଉନ୍ ପୋଲିସ ଘଟଣାସ୍ଥଳକୁ ଯାଇ ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ।
ସୂଚନା ଥାଉକି ପୁରୀରେ ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ ଖବର ପ୍ରକାଶ ପାଇବାର ସପ୍ତାହ ମଧ୍ଯରେ ଏହି ହତ୍ୟାକାଣ୍ଡ ଘଟିଛି। କୁମ୍ଭାରପଡ଼ା ଥାନା କ୍ଷେତ୍ରାଧିକାରୀ ପତିତପାବନ ସାହିରେ ଏକ ଭଡ଼ା ଘରେ ଜଣେ ମହିଳାଙ୍କୁ ତାଙ୍କ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏପରିକି ଅଭିଯୁକ୍ତ ପୁଅ ଜଣକ ତାଙ୍କ ମାଆଙ୍କୁ ହତ୍ୟା କରି ରୋଷେଇ ଘରେ ପ୍ଲାଷ୍ଟର କରିଦେଇଥିଲା।