ରାୟଗଡ଼ା: ରାୟଗଡା ଜିଲ୍ଲା ଗୁଣପୁରସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟର ଛାତ୍ରାବାସରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ର ଜଣକ ହେଲେ ହିମାଂଶୁ ହୋତା । ସେ ବାୟୋଟେକ୍ନୋଲୋଜି ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ । ବାଲେଶ୍ୱର ଜିଲ୍ଲା ସୋରରେ ତାଙ୍କ ଘର ବୋଲି ଜଣାପଡ଼ିଛି । ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ତେବେ ସେ କାହିଁକି ଜୀବନ ହାରିଲେ ସେ ନେଇ କିଛି ସ୍ପଷ୍ଟ ହୋଇ ନଥିବାବେଳେ ଏହା ପ୍ରେମ ଜନିତ ଘଟଣା ବୋଲି ସନ୍ଦେହ କରାଯାଉଛି । ତେବେ ପୋଲିସ ଯାଞ୍ଚ ଆରମ୍ଭ କରିଛି ।