କଟକରେ ମହାନଦୀକୁ ଡେଇଁଲେ କନେଷ୍ଟବଳ। ଗୁରୁବାର ସକାଳ ପାଖାପାଖି ୧୧ଟା ବେଳେ ବାଙ୍କି ଚାରିଘରିଆ ନିକଟରେ ମହାନଦୀକୁ ଡେଇଁ ପଡ଼ିଲେ କନେଷ୍ଟବଳ। ଆତ୍ମହତ୍ୟା ଉଦ୍ୟମ କରିଥିବା କନେଷ୍ଟବଳ ହେଉଛନ୍ତି କଇଁମୁଣ୍ଡି ଥାନାରେ କାର୍ଯ୍ୟରତ କନେଷ୍ଟବଳ ପଞ୍ଚାନନ ନାୟକ । ଗତ ୨ ମାସ ପୂର୍ବେ କଇଁମୁଣ୍ଡି ଫାଣ୍ଡିରେ ସେ ନିଯୁକ୍ତି ହୋଇଥିଲେ ବେଳେ ଆଜି ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହୀନି ତାଙ୍କୁ ଉଦ୍ଧାର କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡକାଲରେ ଭର୍ତ୍ତି କରାଯାଇଛି। ତେବେ ସେ ଏଭଳି ପଦକ୍ଷେପ ନେଇଛନ୍ତି, ତାର କାରଣ ଅସ୍ପଷ୍ଟ ରହିଛି। ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି।