ସମ୍ବଲପୁରଠାରେ ଶ୍ରୀରାମ ନବମୀ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମ୍ବଲପୁର ସହର ରାମ ନାମରେ ଗୁଞ୍ଜରିତ ହୋଇଛି । ସହରର ବୃକ୍ସହିଲ ସ୍ଥିତ ଶ୍ରୀରାମ ମନ୍ଦିର ଓ ରାମଜୀ ପଡ଼ା ସ୍ଥିତ ରାମଜୀ ମନ୍ଦିରଠାରେ ପ୍ରବଳ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଶ୍ରୀରାମ ନବମୀ ମହୋତ୍ସବଠାରେ ସାମୂହିକ ରାମାୟଣ ପାଠ ସମେତ ସ୍ୱତନ୍ତ୍ର ପୁଜାର୍ଚ୍ଚନା କରାଯାଇଛି । ଏହାସହ ପ୍ରଭୁ ରାମଚନ୍ଦ୍ରଙ୍କ ଯଥା ରୀତିନୀତି ଅନୁସାରେ ପୁଜାର୍ଚ୍ଚନାରେ ଶ୍ରଦ୍ଧାଳୁମାନେ ଉପସ୍ଥିତ ଥିଲେ। ଏହାସହ ବିଭିନ୍ନ ରାମ ମନ୍ଦିର ଗୁଡ଼ିକରେ ବିଭିନ୍ନ ଭଜନ ସନ୍ଧ୍ୟା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ଅଧିକ ପଢନ୍ତୁ : ଜୁଲାଇ ୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା