ନନ୍ଦନକାନନରେ ଆତଙ୍କ ଖେଳାଇଲେ ଦୁଇ ଦୁର୍ବୃତ୍ତ । ମାରଣାସ୍ତ୍ର ଧରି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ମଧ୍ୟ କରିଥିଲେ । ତେବେ ଦୁଇ ଦୁର୍ବୃତ୍ତଙ୍କୁ ବିଳମ୍ବିତ ରାତିରେ ଗିରଫ କରିଛି ନନ୍ଦନକାନନ ପୋଲିସ । ତେବେ ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟା ୫ ଟା ସମୟରେ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଜବରଦସ୍ତି ପଶିବା ସହ ଉପସ୍ଥିତ ଥିବା ଅଧିକାରୀଙ୍କୁ ମାଡ଼ ମାରିଥିଲେ ଏବଂ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଅଫିସରେ ଥିବା ଲ୍ୟାପଟପ, ପ୍ରିଣ୍ଟର, କମ୍ପୁଟର, ଟିଭି ଏବଂ ଅଫିସ ଆସବାବପତ୍ର ଭାଙ୍ଗିଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଅଫିସରେ ଥିବା କର୍ତ୍ତୃପକ୍ଷଙ୍କୁ ମାରିବା ସହ ମୋବାଇଲ ଫୋନ ଭାଙ୍ଗି ଦେଇଥିଲେ ଦୁର୍ବୃତ୍ତ। ସମ୍ପୂର୍ଣ୍ଣ ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଗତ କାଲି ଦୁଇ ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯିବ ପରେ ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରିଥିଲା ନନ୍ଦନକାନନ ପୋଲିସ । ତେବେ ଦୁଇ ଦୁର୍ବୃତ୍ତଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ଥିବା ନେଇ ମଧ୍ୟ ସୂଚନା ମିଳିଛି କିନ୍ତୁ କେଉଁ କାରଣରୁ ଆକ୍ରମଣ କରିଥିଲେ ସେ ନେଇ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ ।
ଅଧିକ ପଢନ୍ତୁ : ନକଲି ପୋଲିସକୁ ଗିରଫ କଲା ଅସଲି ପୋଲିସ