ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ । ସୂଚନା ଅନୁସାରେ, ମାଲକାନଗିରି ଛତିଶଗଡ ସୀମାନ୍ତ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ । ନକ୍ସଲମାନେ ସୀମାନ୍ତ ଅଞ୍ଚଳରେ କ୍ୟାମ୍ପ କରି ରହିଥିବା ଖବର ସୁରକ୍ଷାକର୍ମୀମାନେ ପାଇଥିଲେ । ପରେ ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜାରି କରିଥିଲେ । ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ମାଓବାଦୀ ନିପାତ ହୋଇଛନ୍ତି । ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରୁ ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛନ୍ତି । ଏ ପର୍ଯ୍ୟନ୍ତ ମଧ୍ୟ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜାରି କରିଛନ୍ତି ।
ଆଗକୁ ପଢନ୍ତୁ : ନନ୍ଦନକାନନରେ ବୁଲିଲା ମାରଣାସ୍ତ୍ର, ୨ ଗିରଫ