ବୟସ ମାତ୍ର 7 ବର୍ଷ କିନ୍ତୁ ବୁଦ୍ଧି ପୁରା ବିଚକ୍ଷଣ । ମାତ୍ର ଦୁଇ ମନଟ୍ 7 ସେକେଣ୍ତରେ କହି ଜାଉଛିନ୍ତି ୫୦ଟି ଉଭିଦର ବୈଜ୍ଞାନିକ ନାମ ଓ ସେହି ଉଭିଦର ଫ୍ୟାମିଲିର ନାଁ। ଅଭୁତ ଜ୍ଞାନର ଅଧିକାରୀ ହୋଇପାରିଛିନ୍ତି ବିସ୍ମୟ ବାଳକ ଲଗ୍ନ ଲୋକିତ। ୱାର୍ଲଡ ବୁକ ଅଫ ରେର୍କଡରେ ସ୍ଥାନ ପାଇଛନ୍ତି ଏହି ବିସ୍ମୟ ଶିଶୁ। ଏନେଇ ତାଙ୍କୁ ସବୁ ଦିଗରୁ ପ୍ରଶଂସାର ସୁଅ ଛୁଟି ଆସୁଛି । ଲଗ୍ନ ଲୋକିତଙ୍କୁ ରାଜ୍ୟପାଳ ନିଜ ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ପ୍ରଶଂସା ଜଣାଇଛନ୍ତି । ଲୋକିତ ପ୍ରଥମେ ନିଜର ବୁଦ୍ଧି ଏବଂ ଜ୍ଞାନ ବଳରେ ଇଣ୍ତିଆ ବୁକ୍ ଅଫ ରେକର୍ଡରେ ନିଜ ସ୍ଥାନକୁ ହାସିଲ କରି ଏବେ ୱାର୍ଲଡ ବୁକ ଅଫ ରେର୍କଡରେ ନିଜ ସ୍ଥାନ ବଜାଏ ରଖିଛନ୍ତି ।
ତାଙ୍କୁ ବୟସ ମାତ୍ର 7 ବର୍ଷ । ହେଲେ ମାତ୍ର 2 ମିନଟ 7 ସେକେଣ୍ତରେ 50 ଟି ଉଭିଦର ବୈଜ୍ଞାନିକ ନାମ ଓ ତାର ଫ୍ୟାମିଲିର ନାଁ କହି ଏହି ବିରଳ ରେକର୍ଡ ଟିକୁ ନିଜ ନାମରେ କରିଛନ୍ତି । ମାଟିଆପଡ଼ାସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଅଧ୍ୟୟନରତ ଲଗ୍ନ ଏହା ପୂର୍ବରୁ ୬ ବର୍ଷ ବୟସରେ ପ୍ରଖର ସ୍ମୃତି ଶକ୍ତି ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ଅଧିକାରୀ ହୋଇପାରିଥିଲେ।
ହିମାଚଳପ୍ରଦେଶର ପୂର୍ବତନ ରାଜ୍ୟପାଳ ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟ ନ୍ୟାୟାଧୀଶ ଭି.ଏସ୍ କୋକ ମଧ୍ୟ ତାଙ୍କୁ ପୁରସ୍କୃତ କରିଥିଲେ। ଲଗ୍ନଙ୍କ ବାପା ନଳିନୀକାନ୍ତ ତ୍ରିପାଠୀ ଡାକ୍ତର ଏବଂ ମା ପ୍ରଦ୍ୟୁତି ଦାଶ ଅଧ୍ୟାପିକା ଭାବେ କାର୍ଯ୍ୟରତ । ସ୍ପିଡ୍ କାଲକୁଲେସନ୍, ସବୁ କ୍ଷେତ୍ରରେ ସେ ଖୁବ୍ ଧୂରନ୍ଧର। ନିଜର ପ୍ରତିଭା ବଳରେ ସେ ସାଉଣ୍ଟିଛନ୍ତି ଅନେକ ପୁରସ୍କାର।। ଏତେ କମ୍ ବୟସରେ ମାତ୍ର 2 ମିନଟ 7ସେକେଣ୍ତରେ ଉଦ୍ଭିଦ ଗୁଡ଼ିକର ବାୟୋନୋମିଆଲ ନେମ୍ ସହିତ ତାର ଟାକ୍ସୋନୋମିକ୍ ଫ୍ୟାମିଲି ନାଁକୁ କହି ସେ ୱାଲ୍ଡ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇ ପାରିଛନ୍ତି। ବଡ ଲୋକ ମାନଙ୍କୁ ଏହି ସବୁ ନାଁ ମନେ ରଖିବାକୁ କଷ୍ଟକର ହେଉଥିବା ବେଳେ ସେ ମାତ୍ର 7 ବର୍ଷର ବୟସରେ ଏହାକୁ ସମ୍ଭବ କରିପାରିଛି । ଖାଲି ସେତିକି ନୁହେଁ ଖୁବ୍ ପ୍ରାଞ୍ଜଳ ଭାବରେ ଅର୍ଥ ସହିତ ଉଦ୍ଭିଦ ଗୁଡ଼ିକର ଏହି ବୈଜ୍ଞାନିକ ନାମକୁ ସେ ବୁଝାଇ ପାରୁଛନ୍ତି।
ଅଧିକା ପଢନ୍ତୁ: ତାଣ୍ଡବ ରଚିଲା କାଳବୈଶାଖୀ, ଭାଙ୍ଗିଲା ଘର ଉଡିଲା ଚାଳ ଛପର