ଆସନ୍ତା ଜୁଲାଇ ୭ ତାରିଖରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହାସହିତ ଆଇନ ଶୃଙ୍ଖଳା , ପାର୍କିଂ , ଟ୍ରାଫିକ ନିୟନ୍ତ୍ରଣ ଓ କିପରି ନୀତିକାନ୍ତି ଶୃଙ୍ଖଳିତ ଭାବରେ କରାଯିବ ସେ ନେଇ ଆଲୋଚନା କରାଯାଇଛି । ଏବଂ ଚଳିତ ବର୍ଷ ନୂତନ ପଂଜିକା ଅନୁସାରେ ମହାପ୍ରଭୁଙ୍କ ରଥଯାତ୍ରା , ନେତ୍ରୋତ୍ସବ,ନବଯୌାବନ ଗୋଟିଏ ଦିନରେ ପଡିଥିବାରୁ ସେଥିପାଇଁ ମଧ୍ୟ ଆଲୋଚନା କରାଯାଇଥିଲା । ଏହାସହ ଗତବର୍ଷ ଭଳି ଚଳିତ ବର୍ଷ ଚଳିତ ବର୍ଷ ରଥଯାତ୍ରାରେ କୈାଣସି ତ୍ରୁଟି ନହେବା ପାଇଁ ସମସ୍ତ ବିଭାଗକୁ ଜିଲ୍ଲାପଳା ନିର୍ଦ୍ଦେଶ ଦେଇଛନ୍ତି । ଅକ୍ଷୟ ତୃତୀୟା ଠାରୁ ସୁନାବେଶ ପର୍ୟ୍ୟନ୍ତ ମହାପ୍ରଭୁଙ୍କ ନୀତି କାନ୍ତି, ଜନଗହଳି ନିୟନ୍ତ୍ରଣ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ଓ ପରିମଳ ସହ ଆଇନ ଶୃଙ୍ଖଳା ନେଇ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଛି।