ସମ୍ବଲପୁର ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା। ଏକ ବୋଲେରୋ ପିକଅପ୍ ଗାଡିରୁ ବହୁ ପରିମାଣରେ ମଦ ଜବତ କରାଯାଇଛି। ଘଟଣାରେ ଅବକାରୀ ବିଭାଗ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।
ସୂଚନା ଅନୁଯାୟୀ ଲକ୍ଷୀଡୁଙ୍ଗୁରୀ ଛକ ନିକଟରେ ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ ଏକ ବୋଲେରୋ ପିକଅପ୍ ଗାଡିକୁ ଅଟକାଇ ଗାଡିରୁ ୧୧୦୦ ଲିଟର ମଦଜବତ କରାଯାଇଛି। ଏହି ଜବତ ମଦର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ରୁ ଅଧିକ ହେବ । ତେବେ ଏହା ପରିବହନ କରିବାକୁ କୈାଣସି ବୈଧ ଅନୁମତି ନଥିଲା । ତେଣୁ ଅବକାରୀ ବିଭାଗ ସେହି ମଦକୁ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ମଦ ଗୁଡ଼ିକୁ ଝାରସୁଗୁଡ଼ାରୁ ବୁର୍ଲା ସ଼ହରକୁ ନିଆଯାଉଥିବା ବୋଲି ତଦନ୍ତ ସମୟରେ ଜଣାପଡିଛି। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ନେଇ ଅବକାରୀ ବିଭାଗର ଡେପୁଟି ସୁପରିଟେଣ୍ଟ ଅସିତ କୁମାର ମଲ୍ଲିକ କହିଛନ୍ତି।