ବିଶାଖାପାଟଣା: ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ (ଆରଆଇଏନ୍ଏଲ୍)କୁ ପ୍ରତ୍ୟେକ ଦିନ ୪୦ରୁ ୫୦ କୋଟି ଟଙ୍କା କ୍ଷତି ହେଉଛି । ଆଦାନୀର ଆନ୍ଧ୍ରପ୍ରଦେଶସ୍ଥିତ ଗଂଗାଭରମରେ ଶ୍ରମିକମାନେ ବିରୋଧ କାରଣରୁ ସରକାରୀ କଂପାନୀକୁ ଏହି କ୍ଷତି ହେଉଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ଆରଆଇଏନଏଲ୍ ତରଫରୁ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦିଆଯାଇଛି ।
ଆରଆଇଏନ୍ଏଲ୍ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଅତୁଲ ଭଟ୍ଟ ପଠାଇଥିବା ଚିଠିରେ ଜରୁରୀ କୋଇଲା ନମିଳିବା କାରଣରୁ କଂପାନୀକୁ ଦୈନିକ ୪୦ରୁ ୫୦ କୋଟି ଟଙ୍କା କ୍ଷତି ସହିବାକୁ ପଡୁଛି । ଏଥି ସହିତ ଦୀର୍ଘଦିନ ହେଲା ମେସିନ ବନ୍ଦ ରହିଥିବାରୁ କଂପାନୀକୁ ଏହି କ୍ଷତି ସହିବାକୁ ପଡୁଛି ।
ଏକ ରିପୋର୍ଟ ଅନୁସାରେ ଗତ ଏପ୍ରିଲ ୧୨ ତାରିଖ ଠାରୁ ହୋଇଥିବା ଶ୍ରମିକଙ୍କ ଆନ୍ଦୋଳନ ପରେ ଷ୍ଟିଲ ଉତ୍ପାଦନ କରିବା ଲାଗି ଜରୁରୀ କୋଇଲାର ଯୋଗାଣରେ ବାଧା ପହଞ୍ଚି ଥିଲା । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆନ୍ଦୋଳନ ପରେ ଆଦାନୀର ନିୟନ୍ତ୍ରଣରେ ଥିବା ପୋର୍ଟରେ ୭୦୦ କୋଟି ଟଙ୍କାର କୋଇଲା ଓ ଚୂନ ପଥର ଓ ଯାଇଥିଲା ।