ପୁଇଁତଲା ପୋଲିସକୁ ମିଳିଲା ସଫଳତା । ୨ ଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ କରିଛି ପୁଇଁତଲା ପୋଲିସ । ଏ ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗିର ସଦର ଏସ୍ଡ଼ିପିଓ ପ୍ରଦୀପ କୁମାର ସାହୁ । ସୂଚନା ଅନୁସାରେ, ଗତ ୪ ତାରିଖ ଦିନ ବଏଁରାସର ସ୍ଥିତ ଭାରତ ଫାଇନାନ୍ସ ଇନ୍କ୍ଲୁଜନ୍ର କଲେକ୍ସନ୍ ଏଜେଣ୍ଟ ହେମଚନ୍ଦ୍ର ରଣା ତାଙ୍କ ଠାରୁ ଟଙ୍କା ଲୁଟ୍ ହୋଇଥିବା ସଂକ୍ରାନ୍ତରେ ପୁଇଁତଲା ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗ ଅନୁସାରେ ବଲାଙ୍ଗିର ଏସ୍ପି ରିଷିକେଶ ଖିଲାରୀଙ୍କ ନିର୍ଦ୍ଦେଶରେ ପୁଇଁତଲା ଆଇଆଇସି ଶୁଭରାଜ ଧରୁଆଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ପୋଲିସ ଟିମ୍ର ତଦନ୍ତ ଯୋଗୁଁ ଏହି ଘଟଣାରେ ସଂପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ଗିରଫ୍ କରିଛି ପୋଲିସ । ଅଭିଯୁକ୍ତ ୨ ଜଣଙ୍କର ପରିଚୟ ମିଳିଛି । ଗିରଫ୍ ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ପଲ୍ସର୍ ବାଇକ୍, ନଗଦ ୨୨ ହଜାର ୬ ଶହ ଟଙ୍କା, ସୁନା ଭଳି ଦେଖାଯାଉଥିବା ଗୋଟିଏ ମୁଦି ଓ ଗୋଟିଏ ଲକେଟ୍, ଗୋଟିଏ ଏନ୍ଡ୍ରଏଡ଼୍ ମୋବାଇଲ୍ ଫୋନ୍, ଗୋଟିଏ କଳା ରଙ୍ଗର ମନି ପର୍ସ, ଗୋଟିଏ କଳା ଧଳା ରଂଗର ବ୍ଲୁଟୁଥ୍, ଗୋଟିଏ ଆଧାର କାର୍ଡ ଓ ଗୋଟିଏ ଡେବିଟ୍ କାଡର଼୍ ସହ ବରୁଣ ନାଗ ନାମରେ ଥିବା ପାନ୍ କାର୍ଡ ଜବତ୍ କରିଛି ବଲାଙ୍ଗୀର ପୋଲିସ ।