ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଯୁବକ ଗୁରୁତର । ଗଛରେ ଚଢିଥିବା ସମୟରେ ଦୁଇ ଜଣ ଯୁବକ ୧୧ କେଭି ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ଦୁଇ ଜଣ ହେଉଛନ୍ତି ମଗରବନ୍ଧ ଗାଁର ଅଶୋକ ନାୟକ ଏବଂ ଲକ୍ଷ୍ମୀଧର ପ୍ରଧାନ । ତେବେ ନୟାଗଡ ଜିଲ୍ଲା ଶରଣକୂଳ ଥାନା ଗ୍ରାମର ଅଶୋକ ଏବଂ ଲକ୍ଷ୍ମୀଧର ଆଜି ଦିନ ଦ୍ୱୀପ୍ରହର ସମୟରେ ତାଳ ତୋଳିବା ପାଇଁ ଗାଁ ପାଖରେ ଥିବା ତାଳ ଗଛ ଉପରେ ଚଢିଥିଲେ । ଏବଂ ଗଛରେ ଚଢୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଯାହା ଫଳରେ ଉଭୟଙ୍କ ଶରୀରର ୭୦ ପ୍ରତିଶତ ପୋଡି ଯାଇଥିଲା । ତେବେ ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ପ୍ରଥମେ ନୟାଗଡ ହସ୍ପିଟାଲ ଭର୍ତିକରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।