ସମ୍ବଲପୁରରେ ଏକ ଓ ଦୁଇ ଟଙ୍କିଆ କୋର୍ଟ ଫି ର ଘୋର ଅଭାବ ଦେଖାଯାଇଛି। ଏଥି ସହ ଗତ କିଛି ମାସ ହେବ ୧୦ ଟଙ୍କିଆ ଷ୍ଟାମ୍ପ ପେପର ଅଭାବ ପରିଲକ୍ଷିତ ହେଉଛି । ଏଥି ପାଇଁ ଜନ ସାଧାରଣ ବହୁ ଅସୁବିଧା ଭୋଗୁଛନ୍ତି । ଏହି ପ୍ରସଙ୍ଗରେ ବିଏସପି ଓ ଆପ ପକ୍ଷରୁ ସମ୍ବଲପୁର ଜିଲ୍ଲା କୋଷାଗାର କାର୍ଯ୍ୟାଳୟକୁ ଯାଇ ଅଧିକାରୀଙ୍କୁ ସାକ୍ଷାତ କରାଯାଇଛି। ଜିଲ୍ଲା ବିଏସପି ସଭାପତି ଦିଲିପ୍ କୁମାର ସିଂଙ୍କ ନେତୃତ୍ବରେ ଯାଇଥିବା ଏହି ପ୍ରତିନିଧି ଦଳରେ ଆପ ଜିଲ୍ଲା ସଭାପତି ଲାଲମଣି ଲୁଗୁନ ମଧ୍ୟ ଉପସ୍ଥିତ ଥିଲେ। ତେବେ ଏକ ଟଙ୍କିଆ ଓ ଦୁଇଟଙ୍କିଆ କୋର୍ଟ ଫି ଏବଂ ୧୦ ଟଙ୍କିଆ ଷ୍ଟାମ ପେପର ଅଭାବ ଦେଖାଦେବାରୁ ଅନେକ ସମସ୍ୟା ଦେଖାଦେଉଛି। ଏହି ପ୍ରସଙ୍ଗରେ ଜିଲ୍ଲା କୋଷାଗାର କାର୍ଯ୍ୟାଳୟ ଦାୟିତ୍ଵରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଏହା ଉପରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି କରାଯାଇଛି।
ଅଧିକ ପଢନ୍ତୁ : ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ କର୍ମଚାରୀ