ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ 29/04/2024 Share story: ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଳକ ସଦର ଥାନା ଅନ୍ତର୍ଗତ କେନଘାଟି ଛକ ନିକଟରେ ଏକ ବାଇକ ଓ କଣ୍ଟେନର ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣାରେ ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବାଇକଟି ପଡିଆ ବାହାଲ ପଟୁ ସିନ୍ଦୁରପଙ୍କ ପଟକୁ ଆସୁଥିବା ବେଳେ ବୀପରିତ ପଟୁ ଆସୁଥିବା ଏକ କଣ୍ଟେନର ଧକ୍କା ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ୨ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିଲା । ତେବେ ଖବର ପାଇ ଘଟଣା ସ୍ଥଳରେ ସଦର ପୋଲିସ ପହଂଚି କଣ୍ଟେନର ଡ୍ରାଇଭରକୁ ଅଟକ ରଖିବା ସହ କଣ୍ଟେନରକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି । bike accident Henilprava Swain, Author, 29/04/2024