ପୁରୀ: ପୁରୀ ଜିଲ୍ଲା ବଳଙ୍ଗା ମାମଲାରେ ଏସ୍ପି ପିନାକ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ତଦନ୍ତ ଟିକେ ସମୟ ସାପେକ୍ଷ । ତଦନ୍ତରେ କୌଣସି ଦିଗ ଛଡ଼ା ଯିବ ନାହିଁ । ସାଇଣ୍ଟିଫିକ୍ ଉପାୟରେ ତଦନ୍ତ ଜାରି ରହିଛି । କିଛିଟା ଗୁରୁତ୍ୱ ପୂର୍ଣ୍ଣ ପ୍ରମାଣ ମଧ୍ୟ ମିଳିଛି । କିନ୍ତ ତଦନ୍ତରେ କୌଣସି ନିଷ୍କର୍ସରେ ପହଞ୍ଚି ପାରି ନାହୁଁ ବୋଲି କହିଛନ୍ତି ଏସପି ।
ଅନ୍ୟପକ୍ଷରେ ନୂଆଦିଲ୍ଲୀର ଏମ୍ସରେ ଚିକିତ୍ସାଧୀନ ଥିବା ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି ।
ଗତ ଜୁଲାଇ ୧୯ ତାରିଖରେ ବଳଙ୍ଗାରେ ଏକ ବର୍ବରକାଣ୍ଡ ଘଟିଥିଲା । ତିନି ଜଣ ଦୁର୍ବୃତ୍ତ ନାବାଳିକାକୁ ଉଠାଇ ନେଇ ନଦୀବନ୍ଧ ଉପରେ କିରୋସିନି ଢାଳି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ପୀଡ଼ିତା ଜଣକ ଖସି ଆସି ଦୁଃଖିଶ୍ୟାମ ସେନାପତିଙ୍କ ଘରେ ପହଞ୍ଚିଥିଲେ । ଦୁଃଖିଶ୍ୟାମ ତାଙ୍କୁ ଉଦ୍ଧାର କରିଥିଲେ ।