ଉଦଳା: ସାଙ୍ଗ ସାଜିଲା ଶତ୍ରୁ । ଘରକୁ ଡ଼ାକି ନେଇ ଜୀବନ ନେଲା ସାଙ୍ଗ । ଧାରୁଆ ଅସ୍ତ୍ରରେ ସାଙ୍ଗ ସାଙ୍ଗକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଉଦଳା ଥାନା ରାଢୋ ଗାଁରେ ଘଟିଛି । ଗୁରୁତର ସାଙ୍ଗକୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଗାଁର ଯତୀନ୍ଦ୍ର ପାତ୍ର ଗତକାଲି ସନ୍ଧ୍ୟାରେ ଘର ପାଖରେ ବସିଥିଲେ, ଏହି ସମୟରେ ସେହି ଗାଁର ତାଙ୍କର ଜଣେ ସାଙ୍ଗ ଆସି ଯତୀନ୍ଦ୍ରକୁ ଡାକିଥିଲେ । ଯତୀନ୍ଦ୍ର ତାଙ୍କ ସହିତ ଯାଇଥିଲେ । ଏହି ସମୟରେ ସାଙ୍ଗ ଜଣକ ଵିଲ ହିଡ଼ ନିକଟରେ ଯତୀନ୍ଦ୍ରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣ ପରେ ଯତୀନ୍ଦ୍ର ଲହୁଲୁହାଣ ହୋଇ ବିଲରେ ପଡ଼ିଥିଲେ । ଯତୀନ୍ଦ୍ରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ଏନେଇ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଖବର ଦିଆଯାଇଥିଲା । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି।