କେନ୍ଦ୍ରାପଡ଼ା: ପୁଣି ଗାଁରେ କୁମ୍ଭୀର ଆତଙ୍କ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଏଣ୍ଡୁଳାପୁର ଗାଁ ପୋଖରୀରୁ ଏକ କୁମ୍ଭୀରକୁ ଉଦ୍ଧାର କରାଯାଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏଣ୍ଡୁଳାପୁର ଗାଁର ଦିବାକର ସେଠୀଙ୍କ ବାଡ଼ିରେ ଥିବା ପୋଖରୀରେ ଏକ କୁମ୍ଭୀର ପଶିଥିଲା। ଏନେଇ ସ୍ଥାନୀୟ ଲୋକେ ରାଜନଗର ବନବିଭାଗକୁ ଖବର ଦେଇଥିଲେ । ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଜାଲ ସାହାଯ୍ୟରେ କୁମ୍ଭୀରଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ମାଈ କୁମ୍ଭୀରର ଲମ୍ବ ୬ ଫୁଟ୍ ୩ ଇଞ୍ଚ୍ ହୋଇଥିବା ସୂଚନା ମିଳିଛି । ପରେ କୁମ୍ଭୀରଟିକୁ ଗୁପ୍ତି ହାବଳ କ୍ରିକି ନିକଟରେ ଛାଡ଼ି ଦିଆଯାଇଛି । ବନ୍ୟା ପାଣିରେ କୁମ୍ଭୀର ପୋଖରୀକୁ ପଳାଇ ଆସିଥିବା ଅନୁମାନ କରାଯାଉଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।
ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଉପମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ତଳିଆ ଅଞ୍ଚଳରେ ପାଣି ପଶୁଛି । ଫଳରେ ଲୋକମାନେ ହନ୍ତସନ୍ତ ହେଉଛନ୍ତି ।