କଟକ: କଟକ କମିଶନରେଟ୍ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଏକ ଆନ୍ତରାଜ୍ୟ ବନ୍ଧୁକ ବ୍ୟବସାୟର ପର୍ଦ୍ଦାଫାସ କରିଛି ପୋଲିସ । ବନ୍ଧୁକ କରବାର ଚାଲୁଥିବାବେଳେ ବେପାରୀକୁ ମାଡ଼ି ବସିଛି ମାଲଗୋଦାମ ଥାନା ପୋଲିସ । ମୁଖ୍ୟ ଅଭିଯୁକ୍ତ ସହିତ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୫ ଟି ବନ୍ଧୁକ, ୧୩ ଅଫୁଟା ଗୁଳି, ତିନୋଟି ମୋବାଇଲ ଓ ଦୁଇ ଚକିଆ ଯାନ ଜବତ କରାଯାଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ।
ଗିରଫ ଅଭିଯୁକ୍ତମାନେ ହେଲେ ମୁଖ୍ୟ ଅଭିଯୁକ୍ତ କାଦୁଆ ଓରଫ ଦେବଦତ୍ତ ସିଂ ବେହେରା, ପିୟୁଷ ରେଡ୍ଡୀ ଓରଫ୍ ରାଜା, ବିଜୟ ରାଓ ଓରଫ୍ ନଣ୍ଡା, ବଦ୍ରିନାଥ ବେହେରା ଓରଫ୍ ବିଡୁ, ହାପି ଏବଂ ତପୁ ।
ମାଲଗୋଦାମ ଥାନା ଅଧିନସ୍ଥ ଯୋବ୍ରା ଅଞ୍ଚଳରେ କାଦୁଆ ବନ୍ଧୁକ କାରବାର କରୁଥିବା ନେଇ ଖବର ପାଇଥିଲା ବନ୍ଧୁକ କାରବାର ନେଇ ପୋଲିସକୁ ସୂଚନା ମିଳିଥିଲା । ଏହା ପରେ ମାଲଗୋଦାମ ପୋଲିସ ଏବଂ ସ୍ୱତନ୍ତ୍ର ସ୍କ୍ୱାର୍ଡ ଡିଲ୍ ସମୟରେ ଚଢ଼ଉ କରିଥିଲେ । ଫଳରେ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ସମୟରେ ୫ଟି ବନ୍ଧୁକ, ୧୩ ଅଫୁଟା ଗୁଳି ଓ ତିନୋଟି ମୋବାଇଲ ଜବତ କରାଯାଇଛି । କାଦୁଆ ବିହାରରୁ ୬ଟି ବନ୍ଧୁକ ଆଣି କଟକରେ ବିକ୍ରି କରୁଥିଲା । ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି । କାଦୁଆ ନାଁରେ ୫ଟି, ରାଜା ନାଁରେ ୩ଟି, ନଣ୍ଡା ନାଁରେ ୧୪ଟି ଏବଂ ବିଡୁ ବିରୁଦ୍ଧରେ ଗୋଟେ ମାମଲା ରହିଛି । ୨୦୧୯ରେ ମଧ୍ୟ କାଦୁଆକୁ ପୋଲିସ ବନ୍ଧୁକ କାରବାର ମାମଲାରେ ଗିରଫ କରିଥିଲା ।
ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଏମାନଙ୍କ ଠାରୁ ବନ୍ଧୁକ କିଏ କିଣୁଛି ସେ ନେଇ ତଦନ୍ତ ଜାରି ରହିଥିବା କହିଛନ୍ତି ପୋଲିସ କମିଶନର ।