ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପାଇଁ ଚାଲିଛି ମତଦାନ। ଏହାରି ଭିତରେ ଗଣତନ୍ତ୍ରର ଏହି ମହାପର୍ବରେ ନିଜର ମତ ସାବ୍ୟସ୍ଥ କରିଛନ୍ତି ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର। ଇଭିଏମ୍ ମେସିନ ଖରାପ ହେବା ଯୋଗୁଁ ତାଙ୍କୁ ଲାଇନରେ ପାଖାପାଖି ଦେଢ ଘଣ୍ଟା ଛିଡ଼ା ହେବାକୁ ପଡିଥିଲା। ଇଭିଏମ୍ ମେସିନ ଠିକ ହେବା ପରେ ସେ ନିଜେ ଭୋଟ ଦେବା ସହ ଅନ୍ୟମାନଙ୍କୁ ମତଦାନ ଦେବାକୁ କହିଛନ୍ତି।
ସୂଚନା ଅନୁଯାୟୀ, ଡାକ୍ତର ସମ୍ବିତ ପାତ୍ର ମତଦାନ ସାବ୍ୟସ୍ଥ କରିବା ପରେ କହିଛନ୍ତି ଯେ, ଆପଣମାନଙ୍କର ଆଶୀର୍ବାଦ ଯୋଗୁ ମୁଁ ଏଠାରେ ସାସଂଦ ପ୍ରାର୍ଥୀ ଭାବେ ଲଢ଼ିଛି। ଦେଶକୁ ବିକଶିତ ଓ ଓଡ଼ିଶାକୁ ସଦୃଢ଼ କରିବାକୁ ଆପଣମାନେ ବିପୁଳ ପରିମାଣରେ ଭୋଟ ଦିଅନ୍ତୁ। ଗଣତନ୍ତ୍ର ଏହି ମହାପର୍ବରେ ସମସ୍ତେ ସାମିଲ ହୋଇ ନିଜ ଅଧିକାର ସାବ୍ୟସ୍ତ କରନ୍ତୁ। ତେବେ ଇଭିଏମ୍ ତ୍ରୁଟି ଯୋଗୁଁ ଉକ୍ତ ବୁଥରେ ଭୋଟରଙ୍କୁ ଭୋଟ ଦେବାକୁ ଅଧିକ ଦେଢ଼ ଘଣ୍ଟା ଦିଆଯିବ ବୋଲି ମଧ୍ୟ ସୁନିଶ୍ଚିତ କରିଛନ୍ତି ସମ୍ବିତ ପାତ୍ର। ଏପରିକି ଭୋଟ ନେବା ପୂର୍ବରୁ ଦୟାକରି ଇଭିଏମ୍ ମେସିନର ଯାଞ୍ଚ କରନ୍ତୁ ବୋଲି ଅନୁରୋଧ କରିଛନ୍ତି।