ସୁବର୍ଣ୍ଣପୁର: ପୁଣି ଖାକିରେ ଦାଗ । ଭିଜିଲାନ୍ସ ଜାଲରେ ଛନ୍ଦିହେଲେ ଥାନା ବାବୁ। ଲାଞ୍ଚ ନେଇ ଧରାପଡ଼ିଲେ ସୁବର୍ଣ୍ଣପୁର ଫାଣ୍ଡି ଅଧିକାରୀ । କୋଡିଏ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ।
ସୂଚନା ମୁତାବିକ ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ପୋଡ଼ି ଘଟଣାରେ ପୂର୍ବରୁ ଏତଲା କରାଇବା ପାଇଁ ଟଙ୍କା ନେଇଥିଲେ ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ମାହାଳି । କ୍ଷତିପୂରଣ ସହ ପାଞ୍ଚ ଲକ୍ଷ ଟଙ୍କାର ବୀମା ଟଙ୍କା କରାଇ ଦେବା ପାଇଁ ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି । DSP ସୁଶିଲ କୁମାର ସାହୁଙ୍କ ନେତୃତ୍ଵରେ କଟକ ଭିଜିଲାନ୍ସର ୧୧ ଜଣିଆ ଟିମ ଚଢ଼ାଉରେ ସାମିଲ ଥିଲେ । ଅଫିସ୍ ଭିତରେ ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ଧରାପଡ଼ିବା ପରେ ଅଫିସ୍ ସମେତ ପୈତୃକ ଗାଁରେ ରେଡ୍ କରୁଛି ଭିଜିଲାନ୍ସ ।