ପୁରୀ : ବେଳାଭୂମିରେ ଲୁଟ୍ ର ଶିକାର ହେଲେ ପର୍ଯ୍ୟଟକ। ପର୍ଯ୍ୟଟକ ଶୋଇଥିବା ବେଳେ ସୁଯୋଗ ଦେଖି ଲୁଟିନେଲେ ଟଙ୍କା । ୫ ହଜାର ୫ଶହ ଟଙ୍କା ଲୁଟ୍ କରି ଧରାପଡିଛନ୍ତି ଭିକ୍ଷାବୃତ୍ତି କରୁଥିବା ଜଣେ ମହିଳା ଓ ଜଣେ ପୁରୁଷ। ଲାଇଫ୍ ଗାର୍ଡ ଲୁଟେରାଙ୍କ ଠାରୁ ଟଙ୍କା ଜବତ ସହ ପର୍ଯ୍ୟଟକଙ୍କୁ ଟଙ୍କା ଫେରାଇଥିବା ସୂଚନା ରହିଛି। ଘଟଣା ପରେ ବେଳାଭୂମି ପରିସରରେ କଡା ପାଟ୍ରୋଲିଂ କରାଯାଉଛି।
ସୂଚନା ଥାଉ କି ପ୍ରତିଦିନ ପୁରୀ ବେଳାଭୂମିକୁ ବୁଲିବାକୁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି ତେଣୁ ଆଜି ଏହି ଘଟଣା ପରେ ପୋଲିସ୍ ପାଇଁ ଏକ ଚ୍ୟାଲେଞ୍ଜିଂ ହୋଇଯାଇଛି। ଯଦି ପୁନର୍ବାର ଏପରି ହୁଏ ତେବେ ପର୍ଯ୍ୟଟକ ମନରେ ଭୟ ସଂଞ୍ଚାର ହେବ। ତେଣୁ ପୋଲିସ୍ ବେଳାଭୂମିରେ କଡାକଡି ସୁରକ୍ଷା ଯାଞ୍ଚ କରୁ ବୋଲି ସାଧାରଣରେ ଦାବି ହୋଇଛି।