ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଶିକ୍ଷକ ସଂଘର ଆନ୍ଦୋଳନ ଜାରି ରହିଛି । ଲୋୟର ପିଏମଜିରେ ଆନ୍ଦୋଳନରତ ଶିକ୍ଷକଙ୍କ ସହିତ ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ ଆଲୋଚନା କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶିକ୍ଷକମାନଙ୍କ ସହିତ ଆଲୋଚନା କରିଛନ୍ତି ।
ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସକରାତ୍କମ ମାନସିକତାରେ ରହିଛନ୍ତି। ଶିକ୍ଷକଙ୍କ ସମସ୍ୟାର ସମାଧାନ ଏକ କମିଶନ ଗଠନ ହେବ, ଯେଉଁଥିରେ ଅର୍ଥ, ଆଇନ ବିଭାଗ ଓ ଶିକ୍ଷାବିତ ରହିବେ। ଏନେଇ ଟିକେ ସମୟ ଓ ତର୍ଜମାର ଆବଶ୍ୟକ ରହିଛି । ଶିକ୍ଷକଙ୍କ ସମସ୍ୟା ଓ ଦାବି ପୁରଣ ନେଇ କୌଣସି ପଦକ୍ଷେପ ନେଇନଥିଲେ ପୂର୍ବ ସରକାର ଯେଉଁଥି ପାଇଁ ପ୍ରକ୍ରିୟା ବିଳମ୍ବ ହେଉଛି । ଆମେ ଚେଷ୍ଟା କରୁଛୁ ଟିକେ ସମୟ ଲାଗିବ । ଏହା ସହିତ ଶିକ୍ଷକମାନଙ୍କୁ ଆନ୍ଦୋଳନରୁ ଓହରିବାକୁ ଅନୁରୋଧ କରିଛନ୍ତି ।
ସେହିପରି ଆଇନ ମନ୍ତ୍ରୀ କହିଛନ୍ତି, ଓଷ୍ଟା ଓ ଶିକ୍ଷକ ସମନ୍ଵୟ ସମିତି ସହିତ ଆଲୋଚନା ହୋଇଛି । ଶିକ୍ଷକଙ୍କର ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଛି । ୫ଜଣିଆ କମିଟି ଗଠନ ହୋଇଛି । ଦାବି ଉପରେ ତର୍ଜମା କରି ଖୁବଶୀଘ୍ର ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷକ ନେତାମାନଙ୍କ ସହିତ ୪ଟି ଦାବି ଉପରେ ଆଲୋଚନା ହୋଇଛି । ଖୁବଶୀଘ୍ର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ବସିବ । ଏ ପ୍ରକ୍ରିୟା ଶୀଘ୍ର ଶେଷ ହେବାକୁ ଆମେ ଚେଷ୍ଟିତ । ଖୁବଶୀଘ୍ର ସକରାତ୍ମକ ନିଷ୍ପତ୍ତି ନିଆଯିବ ।