ଭୁବନେଶ୍ୱର: ଅକ୍ଟୋବରରେ ହେବାକୁ ଥିବା ଓଡ଼ିଶା ପୋଲିସ ସିପିଏସ୍ଇ-୨୦୨୪ର ତୃତୀୟ ପେପର୍ ପରୀକ୍ଷାକୁ ଘଞ୍ଚାଇ ଦିଆଯାଇଛି । ଅକ୍ଟୋବର ୪ରେ ହେବାକୁ ଥିବା ତୃତୀୟ ପେପର୍ ପରୀକ୍ଷା ଅକ୍ଟୋବର ୬ରେ ଅନୁଷ୍ଠିତ ହେବ ।
ଅକ୍ଟୋବର ୪ରେ ଦିବା ୧ଟା ୩୦ରୁ ଅପରାହ୍ନ ୪ଟା ୩୦ ଯାଏ ତୃତୀୟ ପେପର୍ (ଫିଜିକ୍ସ ଏବଂ କେମେଷ୍ଟ୍ରି) ପରୀକ୍ଷା ଅନୁଷ୍ଠିତ ହେବାକୁ ଥିଲା । ମାତ୍ର ଉକ୍ତ ପରୀକ୍ଷାରେ ତାରିଖ ଏବଂ ସମୟ ପରିବର୍ତ୍ତନ କରାଯାଇଛି । ଫିଜିକ୍ସ ଏବଂ କେମେଷ୍ଟ୍ରି ପରୀକ୍ଷା ଅକ୍ଟୋବର ୬ ତାରିଖ ଦିନ ୧୦ଟାରୁ ଅପରାହ୍ନ ୧ଟା ଭିତରେ ହେବ । ଅକ୍ଟୋବର ୩ ଏବଂ ୪ରେ ବିଭିନ୍ନ ସହରରେ ଦୁର୍ଗା ପୂଜା ଭସାଣୀ ଅନୁଷ୍ଠିତ ହେବ । ପରୀକ୍ଷାର୍ଥୀମାନେ ସଠିକ୍ ସମୟରେ ପରୀକ୍ଷା କେନ୍ଦ୍ରରେ ପହଁଚି ନପାରନ୍ତି । ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।
ମାତ୍ର ଅକ୍ଟୋବର ୫ ତାରିଖରେ ହେବାକୁ ଥିବା ପ୍ରଥମ ଏବଂ ଦ୍ୱିତୀୟ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ହେବ । ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ପ୍ରଥମ ପେପର (ଇଂରାଜୀ ଏବଂ ଓଡ଼ିଆ) ୧୦ଟାରୁ ୧୧ଟା ୩୦ ଏବଂ ଦ୍ୱିତୀୟ ପେପର (ଜେନେରାଲ ଷ୍ଟଡିଜ୍) ୧ଟା ୩୦ରୁ ୪ଟା ୩୦ ଯାଏଁ ହେବ ।