ଭୁବନେଶ୍ୱର: ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇ ଦିଲ୍ଲୀରୁ ଫେରିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ଠିକ୍ ସମୟରେ ରାଜ୍ୟ ଟିମ୍ ଗଠନ କରାଯିବ । ରୁଟିନ ମିଟିଂ ଚାଲିଛି । ପୁଣି ଦିଲ୍ଲୀ ଯିବି । ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା ହୋଇଛି । ଠିକ୍ ସମୟରେ ସବୁ ନିଷ୍ପତ୍ତି ନିଆଯିବ ।
ମନମୋହନ କହିଛନ୍ତି, ଦିଲ୍ଲୀରେ ରାଜ୍ୟ ସଂଗଠନ ବିଷୟରେ ଆଲୋଚନା ହୋଇଛି । ଠିକ୍ ସମୟରେ ରାଜ୍ୟ ଟିମ୍ ଗଠନ କରାଯିବ । ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱ ଏବଂ ରାଜ୍ୟ ପ୍ରଭାରୀଙ୍କ ସହ ଆଲୋଚନା ହୋଇଛି । ପୁଣି ଥରେ ଦିଲ୍ଲୀ ଯିବି । ରାଜ୍ୟ ବିଜେପି ସଂଗଠନ ଠିକ୍ ଅଛି । କୌଣସି ଗ୍ରହଣ ଲାଗିନି । ଠିକ୍ ସମୟରେ ଟିମ୍ ଗଠନ ହେବ । ରାଜ୍ୟନୀତିରେ କିଛି ଲୁଚାଛପା ନାହିଁ । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସହ ଟିମ୍ ଗଠନ କିଛି ବି ଲୁଚାଛପାରେ ହୁଏ ନାହିଁ । ସବୁ କିଛି ଖୋଲାଖୋଲିରେ ହେବ ।
ବିଜେପି କିଛି ନିଷ୍ପତ୍ତି ନେଇ ପାରୁ ନାହିଁ ? ବିଜେଡିର ଏହି ଅଭିଯୋଗ ଉପରେ ମନମୋନ ସାମଲ କହିଛନ୍ତି, ବିଜେଡି ନିଷ୍ପତ୍ତି ନେଇ ପାରୁ ନ ଥିଲା ବୋଲି କ୍ଷମତାଚ୍ୟୁତ ହେଲେ । ୨୪ ବର୍ଷର ସରକାର ଚାଲିଗଲା । ଆମେ ନିଷ୍ପତ୍ତି ନେଇଛୁ ବୋଲି ସରକାରକୁ ଆସିଛୁ ଏବଂ ଚାଲିବ ।