ଭୁୁବନେଶ୍ୱର: ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି । ଓଡିଶା ଓ ଛତିଶଗଡ ସରକାରଙ୍କ ପକ୍ଷରୁ ପ୍ରତିନିଧି ହାଜର ହୋଇଛନ୍ତି । ଶୁଣାଣ ନେଇ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
ଏଜି ପୀତାମ୍ବର ଆଚାର୍ଯ୍ୟ କହିଛ ଶୁଣାଣି ବେଳେ ଟ୍ରିବ୍ୟୁନାଲରେ ଉପଯୁକ୍ତ ଯୁକ୍ତି ରଖିଛି ଓଡିଶା । ଆପୋଷ ବୁଝାମଣାରେ ସମାଧାନ କରିବାକୁ ପ୍ରସ୍ତାବ ଦିଆଯାଇଛି । ଦୁଇ ରାଜ୍ୟର ଶୀର୍ଷ ନେତୃତ୍ୱ ଜରିଆରେ ସମାଧାନ ହେଉ । ଏଭଳି କ୍ଷେତ୍ରରେ କେନ୍ଦ୍ର, ସିଡବ୍ଲ୍ୟୁସିର ମଧ୍ୟସ୍ଥତା ଜରୁରୀ । ଏହା ନ ହେଲେ ମହାନଦୀ ବିବାଦ ମାମଲା ଗଡି ଚାଲିଥିବ । ଛତିଶଗଡ ଜଳସଂପଦ ସଚିବଙ୍କ ବୟାନ ରେକର୍ଡ କରାଯାଇଛି । ଅକ୍ଟୋବର ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହି ଦିନ ତଥ୍ୟ ଦାଖଲ କରିବାକୁ ଟ୍ରିବ୍ୟୁନାଲ ଉଭୟ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ଧରି ମହନଦୀ ଜଳକୁ ନେଇ ଦୁଇ ପଡ଼ୋଶୀ ରାଜ୍ୟ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ହେବାର ଆଶା ଉଜ୍ଜୀବିତ ହେଉଥିବା ଦେଖିବାକୁ ମିଳିଛି । ଟିପ୍ରଲ୍ ଇଞ୍ଜିନ ସରକାର ମିଳିତଭାବେ ଏହି ମହାବିବାଦରେ ଅନ୍ତ କରିବେ ବୋଲି ଅନୁମାନ କରାଯାଉଛି । ଏହା ପୂର୍ବରୁ ଅଗଷ୍ଟ ୨ରେ ହେବାକୁ ଥିବା ଶୁଣାଣିକୁ ସେପ୍ଟେମ୍ବର ୬କୁ ଘୁଞ୍ଚାଯାଇଥିଲା ।
ରାଜ୍ୟରେ ବିଜେପି ସରକାର ଆସିବା ପରେ ଆଜି ଦ୍ୱିତୀୟ ଥର ଶୁଣାଣି ହେବାକୁ ଥିଲା । ଗତ ଜୁଲାଇ ୧୭ରେ ହୋଇଥିବା ଶୁଣାଣିରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ । ଛତିଶଗଡ଼ ଓ ଓଡିଶାର ମୁଖ୍ୟମନ୍ତ୍ରୀ ସାମିଲ ହୋଇ ଆଲୋଚନା କରିଥିଲେ ।
Also read: ଦିଲ୍ଲୀରୁ ଫେରିଲେ ମନମୋହନ ସାମଲ, କହିଲେ- ଠିକ୍ ସମୟରେ ନିଷ୍ପତ୍ତି ନେବୁ