ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର୍ ଅଟୋ ଉପରେ ମାଡ଼ିଯାଇ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ଆଜି ଅନୁଗୁଳ ଜିଲ୍ଲା ସଦର ଥାନା ଖଣ୍ଡହତା ନିକଟରେ ଦୁର୍ଘଟଣା ଘଟିଛି । ଅସାବଧାନତା ପାଇଁ କାର୍ ଅଟୋ ଉପରେ ମାଡ଼ିଯାଇଛି । ଫଳରେ ୩ ଜଣଙ୍କର ମୃତ୍ୟୁ ହେବା ସହିତ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଅଟୋ ଚାଳକ ମଣ୍ଟୁ ମୁଦୁଲି, ସ୍ୱାମୀ ବଂଶୀଧର ସେଠୀ ଓ ସ୍ତ୍ରୀ କମଳା ସେଠୀ। ମୃତକ ଓ ଆହତ ଢେଙ୍କାନାଳ ଜିଲ୍ଲା ରସୋଳ ଥାନା କାରନ୍ଦା ଗାଁର ଲୋକ ବୋଲି ପରିଚୟ ମିଳିଛି ।
ଦୁର୍ଘଟଣାରେ ଅଟୋଟି ପାଣିକାଦୁଅରେ ପୋତି ହୋଇଯାଇଛି ତାହା ଉପରେ କାର୍ ରହିଛି । ଦୁର୍ଘଟଣାରେ ଅଟୋଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏନେଇ ପୋଲିସ ଖବର ପାଇ, ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।