ରାୟଗଡା: ପୁଣି ଡିଜେ ହେଲା କାଳ। ଗଣେଶ ପୂଜା ଭସାଣୀ ବେଳେ ହୃଦଘାତରେ ଚାଲିଗଲା ଜୀବନ। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ଗ୍ରାମପଞ୍ଚାୟତ ସଦରରେ ଗଣେଶ ଭସାଣି ବେଳେ ଏହି ଅଘଟଣ ଘଟିଛି। ଏଥିରେ ୫୪ ବର୍ଷୀୟ ବେଣୁ ଗୋପାଳଙ୍କ ମୃତ୍ୟୁ ହୋଇଛି।
ସୂଚନା ମୁତାବିକ, ଶୁକ୍ରବାର ସନ୍ଧ୍ୟାରେ ଗାଁରେ ଗଣେଶ ପୂଜା ଭସାଣୀ ଚାଲିଥିଲା। ଡିଜେ ସାଉଣ୍ଡ ସହ ନାଚଗୀତରେ ପୂରା ଗାଁ କମ୍ପୁଥିଲା । ଏହି ସମୟରେ ଗାଁର ବେଣୁଗୋପାଳ ହଠାତ୍ ଟଳିପଡିଥିଲେ।ସରକାର ଅତି କମ ଶବ୍ଦର ସାଉଣ୍ଡ ବକ୍ସ ଲଗାଇବାକୁ କଡା ନିୟମ କରିଥିବା ବେଳେ ନିୟମକୁ କେହି ମାନୁ ନାହାନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବେଧଡକ ଭାବେ ଡିଜେ ବାଜୁଥିବା ନଜିର ରହିଛି। ଏହି କାରଣରୁ ଗୋଟେ ପରେ ଗୋଟେ ଜୀବନ ଅକାଳରେ ଯାଉଛି।