ଝାରସୁଗୁଡ଼ା: ଝାରସୁଗୁଡ଼ା ଲଖନପୁର ବ୍ଲକ ରେଙ୍ଗାଲି ଥାନା ଅନ୍ତର୍ଗତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଡକାୟତି ଘଟଣାରେ ପୋଲିସକୁ ସଫଳତା ମିଳିଛି । ଘଟଣାର ପ୍ରାୟ ୧୫ ଦିନ ପରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସମସ୍ତେ ରାଜ୍ୟ ବାହାରର ଅଟନ୍ତି । ଅଭିଯୁକ୍ତମାନେ ହେଲେ ଛତିଶଗଡ଼ ଜୁଟମିଲ ଥାନାଞ୍ଚଳର ବୀରେନ୍ଦର ସିଂ (୩୯), ପ୍ରଭାତ ସିଂ (୪୫), ଝାରଖଣ୍ଡ ରାଞ୍ଚିର ଏମଡି ଇସ୍ରାଫିଲ ଆଲମ (୪୨) ଓ ହସନ ଆନସାରୀ (୩୪) ।
ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୨ଟି ପିସ୍ତଲ, ୧୩ଟି ଜୀବନ୍ତ ଗୁଳି ଓ ୪୬,000 ଟଙ୍କା ଜବତ କରାଯାଇଛି । ଏହା ସହିତ ଡକାୟତି ବେଳେ ଅଭିଯୁକ୍ତମାନେ ବ୍ୟବହାର କରିଥିବା ବାଇକ୍ ଓ ହେଲମେଟ୍ ଜବତ କରାଯାଇଛି।
ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ଅଭିଯୁକ୍ତମାନେ କିଛି ଦୁର୍ବୃତ୍ତ ବାଇକରେ ଆସି ହେଲମେଟ୍ ପିନ୍ଧି ବ୍ୟାଙ୍କରେ ପଶିଥିଲେ । ବନ୍ଧୁକ ଦେଖାଇ ବ୍ୟାଙ୍କରୁ ନଗଦ ୭୪, ୯୫୦ ଟଙ୍କା ଓ ୪୪. ୬ ଗ୍ରାମ ଓଜନର ସୁନା ଗହଣା ନେଇ ଫେରାର ହୋଇଯାଇଥିଲେ।