ମୟୂରଭଞ୍ଜ : ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କଲେ ନର ପିଶାଚ । ତିନି ଜଣ ମିଶି ଏକ ମାସ ମଧ୍ୟରେ ଅଲଗା ଅଲଗା ସମୟରେ ନାବାଳିକାକୁ କରିଲେ ଦୁଷ୍କର୍ମ। ଘଟଣାର ଦେଢ଼ ମାସ ପରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ମଧ୍ୟରେ ଖୋଦ ନାବାଳିକାର ଭିଣୋଇ ମଧ୍ୟ ସମ୍ପୃକ୍ତ ରହିଛି। ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ଓ ଦୁଇ ଜଣ ଯୁବକ ରହିଛନ୍ତି।
ସୂଚନା ଅନୁଯାୟୀ ଖୁଣ୍ଟା ଥାନା ଅଞ୍ଚଳର ଜଣେ ୧୦ ବର୍ଷ ର ନାବାଳିକାକୁ ତିନି ଜଣ ଭିନ୍ନ ଭିନ୍ନ ସମୟରେ ଦୁଷ୍କର୍ମ କରିଥିଲେ। ହେଲେ ଜୁଲାଇ ମାସ ଶେଷରେ ସେ ଅସୁସ୍ଥତା କାରଣରୁ ବାରିପଦା ପିଆରଏମ ମେଡିକାଲରେ ଚିକିତ୍ସା ହେବା ସମୟରେ ତାଙ୍କ ମା ଙ୍କ ଆଗରେ ତାଙ୍କ ସହିତ ଘଟିଥିବା ଘଟଣା ବାବଦରେ କହିଥିଲେ। ଯାହା ପରେ ମେଡିକାଲରୁ ଫେରି ନାବାଳିକାଙ୍କ ମା ଖୁଣ୍ଟା ଥାନାରର ତିନି ଗୋଟି ଅଲଗା ଅଲଗା ଅଭିଯୋଗ ଦେଇଥିଲେ। ଯେଉଁ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି।
ତେବେ ସବୁଠାରୁ ବଡ଼ କଥା ହେଲା ଗିରଫ ମାନଙ୍କ ମଧ୍ୟରେ ଥିବା ଅଭିଯୁକ୍ତ ନାବାଳିକାର ଭିଣୋଇ ନାବାଳିକାକୁ ନିଜ ଘରକୁ ନେଇ ସେଠାରେ ବାରମ୍ବାର ଦୁଷ୍କର୍ମ କରିଥିଲା।