ଜଗତସିଂହପୁର: କଟକ-ପାରାଦ୍ୱୀପ ରାଜ୍ୟ ରାଜପଥ କୁଜଙ୍ଗ କୋଠିଆସାହି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପ-ଝିଅଙ୍କ ଉପରେ ଏକ ହାଇୱା ମାଡ଼ିଯିବାରୁ ଘଟଣା ସ୍ଥଳରେ ପ୍ରାଣ ବାୟୁ ଉଡ଼ିଯାଇଛି । ମୃତକ ହେଲେ ଷଣ୍ଢପୁର ଗ୍ରାମର ରାଜକିଶୋର ବିଶ୍ଵାଳ (ବାବୁ) ଓ ତାଙ୍କ ଝିଅ ଲୋରିଆ (୯) ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ରାଜକିଶୋର ଝିଅକୁ ବିଦ୍ୟାଳୟରୁ ଆଣି ଘରକୁ ଫେରୁଥିଲେ । ଏହି ସମୟରେ ଏକ ହାଇୱା ସେମାନଙ୍କ ଧକ୍କା ଦେବାରୁ ଉଭୟେ ପଡ଼ିଯାଇଥିଲେ ଏବଂ ହାଇୱାଟି ତାଙ୍କ ଉପରେ ମାଡିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା ।
ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟବାସନ୍ଦି ମୃତ ଦେହକୁ ରାସ୍ତା ଉପରେ ରଖି ବିକ୍ଷୋଭ କରିଛନ୍ତି । ଲୋକେମାନେ କଟକ-ପାରାଦ୍ୱୀପ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ସେହି ରାସ୍ତାରେ ଗାଡ଼ି ଚଳାଚଳାରେ ବ୍ୟାହାତ ସୃଷ୍ଟି ହୋଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । କୁଜଙ୍ଗ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ଯାଞ୍ଚ ଆରମ୍ଭ କରିଛି ।