ଭୁବନେଶ୍ୱର: ରାଜ୍ୟରେ ବେକାରୀ ସମସ୍ୟା ଦୂର କରିବାକୁ ମୋହନ ସରକାର ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ରାଜ୍ୟରେ ଖୁବଶୀଘ୍ର ବିଭିନ୍ନ ବିଭାଗରେ ୨୨ ହଜାର ୮୯୬ ପଦବୀ ପୂରଣ ହେବ । ଅଗଷ୍ଟ ୩୧ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ସମାପ୍ତ କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି ।
ବର୍ତ୍ତମାନ ୧୦ଟି ବିଭାଗର ଗ୍ରୁପ୍ ସି'ର ୨୨ ହଜାର ୮୯୬ ପଦବୀ ଖାଲି ପଡ଼ିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୮,୩୫୮ ପଦବୀ ଖାଲି ପଡ଼ିଥିବାବେଳେ ପଞ୍ଚାୟତିରାଜ ବିଭାଗର ୪୦୪୨, ସ୍ୱାସ୍ଥ୍ୟ ବିଭାଗର ୩୬୭୭, ରାଜସ୍ୱ ବିଭାଗରେ ୧୩ ଏବଂ ଉଚ୍ଚ ଶିକ୍ଷା ବିଭାଗ ୮୬୭ଟି ପଦବୀ ଖାଲି ରହିଛି । ମୋଟ ୧୦ ବିଭାଗରେ ୪୪ ହଜାର ୯୦୯ ପଦବୀ ଖାଲି ରହିଛି । ଅଗଷ୍ଟ ୩୧ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।