ଗଞ୍ଜାମ: ସକାଳୁ ସକାଳୁ ବସରେ ସ୍କୁଲରେ ଯାଉଥିବାବେଲେ ହଠାତ୍ ଚିତ୍କାର କରି ଚେତାଶୂନ୍ୟ ହୋଇପଡ଼ିଛନ୍ତି ଏକା ବେଳେ ୧୦ ଜଣ ଛାତ୍ରଛାତ୍ରୀ । ଏଭଳି ଏକ ଅଜବ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସୋରଡ଼ାରେ । ସମସ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଛାତ୍ରୀ ବର୍ତ୍ତମାନ ସୁସ୍ଥ ଅଛନ୍ତି ।
ସୂଚନାନୁଯାୟୀ, ସୋରଡ଼ାରେ ଥିବା ଏକ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ବସରେ ସ୍କୁଲରୁ ଆସୁଥିଲା । ପ୍ରତିଦିନ ଭଳି ଆଜି ମଧ୍ୟ ବସ ବୋରଦା, ବଡ଼ଗଡ଼, ସିଦ୍ଧପୁରରୁ ପିଲାଙ୍କୁ ଧରି ଆସୁଥିଲା। ସିଦ୍ଧିପୁର ନିକଟରେ ହଠାତ୍ ୧୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରିଥିଲେ । କିଛି ବାଟ ଯାଇ ବସଟି ଏକ ହନୁମାନ ମନ୍ଦିର ନକଟରେ ଅଟକିବା ପରେ ସମସ୍ତେ ଚେତାଶୂନ୍ୟ ହୋଇପଡ଼ିଥିଲେ । ବସ୍ ଡ୍ରାଇଭର ତୁରନ୍ତ ସମସ୍ତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସମସ୍ତଙ୍କୁ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଥିଲା ।
ମିଳିଥିବା ସୂଚନା ମୁତବାକ, ସେମାନଙ୍କ ଅଭିଭାବକମାନେ ସମସ୍ତ ପିଲାଙ୍କୁ ଠାକୁର ଚନ୍ଦନ, ସିନ୍ଦୂର ଲଗାଇବା ସହିତ ଝଡ଼ଫୁଙ୍କା ମଧ୍ୟ କରିଥିଲେ । ଏହା ପରେ ସମସ୍ତେ ସୁସ୍ଥ ଅନୁଭବ କରିଥିବା କୁହାଯାଉଛି । କାହିଁକି ଛାତ୍ରୀମାନେ ଅଚେତ ହୋଇଥିଲେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ।