ଢେଙ୍କାନାଳ: ପୁଣି ଗୁରୁ ନାଁରେ କଳଙ୍କ । ଗୁରୁ ଶିଷ୍ୟ ଭଳି ପବିତ୍ର ସମ୍ପର୍କରେ ଦାଗ ଲାଗିଛି । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲର ସାହିତ୍ୟ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।ସ୍କୁଲରେ ଅଭିଯୋଗ ପରେ କେହି ନ ଶୁଣିବାରୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଛାତ୍ରୀ ଓ ତାଙ୍କ ପରିବାର ଲୋକେ। ଅସଦାଚରଣକୁ ନେଇ ମାନସିକ ଚାପରେ ଛାତ୍ରୀ ଜଣଙ୍କ ଥିବା ତାଙ୍କ ବାପା ପ୍ରକାଶ କରିଛନ୍ତି।ଚାପରେ ଥିବାରୁ ପାଞ୍ଚ ଦିନ ହେବ ଛାତ୍ରୀ ଜଣଙ୍କ ସ୍କୁଲ ଯାଉନଥିବା ମଧ୍ୟ କହିଛନ୍ତି ଛାତ୍ରୀଙ୍କ ବାପା।
ସ୍କୁଲ ଯିବା ପର ଠାରୁ ଦୁଇ ମାସ ହେଲାଣି ସମ୍ପୃକ୍ତ ଶିକ୍ଷକ ଜଣଙ୍କ ତାଙ୍କୁ ଅସଦାଚରଣ କରି ଆସୁଥିଲେ।ସ୍କୁଲ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ପରିବାର ଲୋକେ।ଅଭିଯୋଗ ପରେ ଘଟଣାଟିର ତଦନ୍ତ ପାଇଁ ଜିଲ୍ଲା ଶିକ୍ଷା ଅଧିକାରିଣୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ। ସେପଟେ ଅଭିଯୋଗ ଆଧାରରେ ଆକ୍ସନ ନିଆଯିବ ବୋଲି ଢେଙ୍କାନାଳ ଏସପି ପ୍ରକାଶ କରିଛନ୍ତି।