କଟକ : ଏସସିବିରେ ବ୍ୟବଚ୍ଛେଦ ହେଉଛି କେନ୍ଦ୍ରାପଡା ପଟାମୁଣ୍ଡେଇ ମୃତ ଛାତ୍ରୀଙ୍କ ମୃତ ଦେହ । କଡା ସୁରକ୍ଷା ବଳୟ ମଧ୍ୟରେ ଏଏସିବିରେ ଛାତ୍ରୀଙ୍କ ମୃତ ଦେହ ପହଁଚିବା ପରେ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ତମାମ ପୋଷ୍ଟମଟମ ପ୍ରକ୍ରିୟାର ଭିଡ଼ିଓ ଗ୍ରାଫି ହେବ ଏବଂ ସବୁ SOP ଆଧାରରେ ହେବ। କେନ୍ଦ୍ରାପଡା ରୁ ଜଣେ ଡାକ୍ତର ବ୍ୟବଛେଦ ପ୍ରକ୍ରିୟାରେ ଉପସ୍ଥିତ ଅଛନ୍ତି । ଅନ୍ୟପଟେ ଏହି ଘଟଣା ରେ ନ୍ୟାୟ ଭିକ୍ଷା କରିଛନ୍ତି ମୃତକ ଙ୍କ ପରିବାର । ଏପରିକି ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ପରିବାର ଦାବି କରିଛନ୍ତି।
ସୂଚନା ଥାଉକି ଗତକାଲି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜଣେ ଛାତ୍ରୀ ଜିଅନ୍ତା ଜଳିଗଲେ । ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ । ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନି । ଘରେ କେହି ନଥିବା ବେଳେ ଜଳିଗଲେ ଯୁବତୀ । ଜଳିଯିବାର କାରଣ ଅସ୍ପଷ୍ଟ ରହିଛି ।