ରାୟଗଡ଼ା: ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟାକଲା ନୃଶଂସ ସ୍ବାମୀ । ଏପରି ଏକ ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଗଣ୍ଡାବାଲସା ଗାଁରେ ଘଟିଛି। ଅଭିଯୁକ୍ତ ସ୍ବାମୀକୁ ଗିରଫ କରି, ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ମୃତ ମହିଳା ଜଣକ ସିନ୍ଧେ କଣ୍ଡାଗରି ।
ସୂଚନା ଅନୁସାରେ, ପାରିବାରିକ କଳହକୁ କେନ୍ଦ୍ରକରି ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହା ଉଗ୍ର ରୂପ ଧାରଣ କରିଥିଲା । ସ୍ୱାମୀ ରାଗିଯାଇ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲା । ଘରେ ପୁଅ ପହଞ୍ଚି ମା'ର ମୃତଦେହ ଦେଖି କଣ କରିବ କିଛି ଜାଣି ପାରିନଥିଲା । ଏନେଇ ଶେଷଖାଲ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି । ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।