କେନ୍ଦୁଝର: ପୁଣି ଦେଖାଦେଇଛି ହାତୀ ଉପଦ୍ରଵ। କେନ୍ଦୁଝର ବନଖଣ୍ଡର ସଦର ରେଞ୍ଜକୁ ଧସେଇ ପଶିଲେ ୨୮ ଟିକିଆ ଝାରଖଣ୍ଡିଆ ହାତୀପଲ। ବିଲରେ ପଶି ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି। ଏହି ଅଞ୍ଚଳରେ ବଣୁଆ ହାତୀପଲଙ୍କ ଉପଦ୍ରଵରେ ଲୋକେ ଭୟଭୀତ ହୋଇପଡିଛନ୍ତି।
ସୂଚନାଯୋଗ୍ୟ ଝାରଖଣ୍ଡି ହାତୀ ପଲ ଗାଁ ନିକଟରେ ଥିବା ଜଙ୍ଗଲରେ ଡେରା ପକାଇବା ସହ ଗାଁରେ ଥିବା ବିଲରେ ଦିନ ରାତି ଧସେଇ ପଶି ଫସଲ ଖାଇଯିବା ସହ ପାଦରେ ଦଳି ଚକଟି ନଷ୍ଟ କରି ପକାଉଛନ୍ତି। ହାତୀ ପଲଙ୍କୁ ଲୋକେ ବିଲରୁ ତଡିବାକୁ ଚେଷ୍ଟା କରି ସୁଦ୍ଧା ବିଫଳ ହେଉଛନ୍ତି। ହାତୀଙ୍କୁ ତଡିବାକୁ ଦଳ ଦଳ ହୋଇ ଗାଁ ଲୋକେ ଚେଷ୍ଟା କରି ସୁଦ୍ଧା ବିଫଳ ହୋଇଛନ୍ତି। ଏବେ ହାତୀ ପଲଙ୍କ ମୁହଁରୁ ତାଙ୍କ ଚାଷକୁ କିପରି ସୁରକ୍ଷା ଦେବେ ଓ ପରିବାର ମୁହଁରେ କିପରି ଆହାର ଦେବେ ସେହି ଚିନ୍ତାରେ ଅଛନ୍ତି। ହାତୀ ଥିବା ଏହି ଅଞ୍ଚଳ ବନ ବିଭାଗର କର୍ମଚାରୀମାନେ ରହି ହାତୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ହାତୀ ଦ୍ଵାରା ଫସଲ ନଷ୍ଟ ଦେଲେ ସରକାରଙ୍କର ଅନୁକମ୍ପା ରାଶିର ବ୍ୟବସ୍ଥା ରହିଛି ତେଣୁ ହାତୀଙ୍କ ପାଖକୁ ଯାଇ ବିପଦକୁ ନଡାକିବାକୁ ବନ ବିଭାଗ ପକ୍ଷରୁ ଜନ ସାଧାରଣଙ୍କୁ ନିବେଦନ କରାଯାଇଛି।