ଭୁବନେଶ୍ୱର: ଆମେରିକା ହ୍ୟୁଷ୍ଟୋନରେ ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବଡ଼ ଖବର ସାମନାକୁ ଆସିିଛି । ଆସନ୍ତା ନଭେମ୍ବର ୩ ତାରିଖରେ ଇସ୍କନ ପକ୍ଷରୁ ହେବାକୁ ଥିବା ସ୍ନାନଯାତ୍ରାକୁ ବାତିଲ କରାଯାଇଥିବା ସୂଚନା ରହିଛି। କିନ୍ତୁ ରଥଯାତ୍ରା ଆୟୋଜନ ବାତିଲ କି ନାହିଁ ସେନେଇ କିଛି ସ୍ପଷ୍ଟ ସୂଚନା ଆସି ନାହିଁ। କେବଳ ସ୍ନାନଯାତ୍ରା ଆୟୋଜନ ବାତିଲ କରିଥିବା ସୂଚନା ରହିଛି।
ସୂଚନାଯୋଗ୍ୟ ଇସ୍କନ ପକ୍ଷରୁ ନଭେମ୍ବର ୩ରେ ସ୍ନାନଯାତ୍ରା ଓ ୯ରେ ରଥଯାତ୍ରା ନେଇ ଯୋଜନା ଥିଲା । ତେବେ ଏଭଳି ନିଷ୍ପତ୍ତି ପ୍ରତିବାଦରେ ଗଜପତି ମହାରାଜା କ୍ଷୋଭ ପ୍ରକାଶ କରି ଇସ୍କନକୁ ଚିଠି କରିଥିଲେ । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ରଥଯାତ୍ରା କରିବାକୁ ଗଜପତି ମହାରାଜା ଉକ୍ତ ଚିଠିରେ ଉଲ୍ଲେଖ କରିଥିଲେ ।