ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଭୁବନ ଥାନା ଏକତାଳୀ ଗ୍ରାମରେ ଯୌତୁକ ପାଇଁ ବୋହୂକୁ ହତ୍ୟା କଲେ ଶାଶୁ, ଶଶୁର, ଯାଆ ଓ ଦେଢଶୂର । ଏକତାଳୀ ଗ୍ରାମର ନରୋତ୍ତମ ରାଉତଙ୍କ ସାନ ପୁଅ ସୁଜିତ ରାଉତ ସେହି ଗ୍ରାମର ରାମ ବେହେରାଙ୍କ ଝିଅକୁ ଦୁଇ ବର୍ଷ ହେଲା ବୈଦିକ ରିତିନିତୀରେ ବିବାହ କରିଥିଲେ । ବିବାହର କିଛିଦିନ ପରେ ଶାଶୁଘର ଲୋକେ ବିଭିନ୍ନ ଆଳ ଦେଖାଇ ନିର୍ଯ୍ୟାତନା ଦେଇଆସୁଥିଲେ । କିନ୍ତୁ ଏହି ନିର୍ଯ୍ୟାତନାରେ ସ୍ବାମୀ ସୁଜିତ କୌଣସି ପଦକ୍ଷେପ ନେଉନଥିଲେ । ମୃତ ମହିଳାଙ୍କର ଏକ ବର୍ଷର ଶିଶୁ ପୁତ୍ର ରହିଛି ।
ମହିଳାଙ୍କୁ ନିର୍ଯ୍ୟାତନା ଦେବା ପରେ ମହିଳା ଗୁରୁତର ହୋଇଥିଲେ । ସେଥିପାଇଁ ମହିଳାଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା ପରେ ମୃତ ଦେହକୁ ବାଇକ ଯୋଗେ ନେଇ ପଳାଉଥିବା ସମୟରେ ମହିଳାଙ୍କ ଭାଇ ଓ ବାପା କାଳୀବଜାରରେ ଅଟକ ରଖି ମେଡିକାଲକୁ ନେଇ ପୋଲିସକୁ ଖବର କରିଥିଲେ । ମେଡିକାଲରେ ଭୁବନ ପୋଲିସ ପହଞ୍ଚି ଶବକୁ ଜବତ କରି ମୃତ ମହିଳାଙ୍କ ସ୍ବାମୀକୁ ଅଟକ ରଖି ତଦନ୍ତ କରୁଛି ।