ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଆଙ୍ଖିଦାଦର ଗାଁରେ ଜଣଙ୍କର ସ୍କ୍ରବ ଟାଇଫସରେ ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ । ସୂଚନା ଅନୁସାରେ, ଗତ ୧୧ ଦିନ ହେବ ଆଙ୍ଖିଦାଦର ଗାଁର ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନ ଥିଲା । ସେଥିପାଇଁ ତାଙ୍କୁ ବୁର୍ଲାର ଏକ ଘରୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଆଉ ଆଜି ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ସନ୍ଦେହ ବଢିଛି । ପରିବାର ଲୋକେଙ୍କ ଅଭିଯୋଗ ଅନୁସାରେ, ସେ ସ୍କ୍ରବ୍ ଟାଇଫସ୍ ରେ ଆକ୍ରାନ୍ତ ହୋଇଥିଲେ । ଯଦି ମୃତକଙ୍କ ମୃତ୍ୟୁର କାରଣ ସ୍କ୍ରବ୍ ଟାଇଫସ୍ ହୋଇଥିବ ତେବେ ପୁଣି ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ଚିନ୍ତାର କାରଣ ପାଲଟିଛି । ପୂର୍ବରୁ ବରଗଡ଼ରେ ଏହି ରୋଗରେ ପୀଡିତ ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ।