ରାୟଗଡା: ବାଣ ନିଆଁରେ ଜଳିଗଲା ଦୋକାନ ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ ସହର ଜଗନ୍ନାଥ ମନ୍ଦିର ନିକଟରେ ରହିଥିବା ସନ୍ତୋଷ ପାନ ଦୋକାନରେ ।
ସୂଚନା ଅନୁଯାୟୀ, ପେଟ୍ରୋଲ ପମ୍ପ ପାଖ ଉକ୍ତ ଦୋକାନରେ ଖୁଚୁରା ଭାବେ ପେଟ୍ରୋଲ ବିକ୍ରି କରନ୍ତି।ସନ୍ଧ୍ୟା ସମୟରେ ବାଣ ନିଆଁ ଛିଟିକି ପଡ଼ି ବାହାରେ ବୋତଲରେ ରଖାଯାଇଥିବା ପେଟ୍ରୋଲରେ ପଡି ହୁତୁହୁତୁ ହୋଇ ନିଆଁ ଲାଗି ଯାଇଥିଲା। ଏହି ନିଆଁ କ୍ରମଶଃ ଦୋକାନରେ ଥିବା ଅନ୍ୟାନ୍ୟ ଦ୍ରବ୍ୟ ଗୁଡ଼ିକରେ ଲାଗି ହୁତୁହୁତୁ ହୋଇ ଜଳିବାରେ ଲାଗିଲା । ଏହାକୁ ଦେଖି ସ୍ଥାନୀୟ ଲୋକ ବହୁ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ। ଭାଗ୍ୟ ବଶତଃ ନିଆଁ ଦୋକାନ ଭିତରକୁ ଅଳ୍ପ ମାଡିଥିଲା ଫଳରେ ଅଧିକ କ୍ଷୟକ୍ଷତି ହୋଇନଥିବା ଜଣା ପଡିଛି । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ନିଆଁକୁ ସମ୍ପୂର୍ଣ ଭାବେ ସ୍ଥାନୀୟ ସାହି ବାସିନ୍ଦା ଲିଭେଇ ଦେଇଥିଲେ । କିଭଳି ପରିସ୍ଥିତିରେ ନିଆଁ ଲାଗିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପ୍ରକାଶ କରିଛନ୍ତି ଅଗ୍ନିଶମ କର୍ମଚାରୀ।