ପୁରୀ: ଦୀପାବଳି ଦୁଇଦିନ ପଡୁଥିବାରୁ ଗତକାଲି ଭିନ୍ନ ଭିନ୍ନ ସ୍ଥାନରେ ଦୀପାବଳି ସହିତ ବଡ଼ବଡ଼ିଆଙ୍କୁ ଡକାଯାଇଥିଲା । ଜଗନ୍ନାଥ ପାଞ୍ଜି ଅନୁଯାୟୀ,ଆଜି ଶ୍ରୀ ମନ୍ଦିରରେ ଆଲୋକର ପର୍ବ ଦୀପାବଳି ପାଳନ କରାଯିବ । ଦୀପାବଳି ସହିତ କାର୍ତ୍ତିକ ମାସ ଚାଲୁଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହେବ । ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୋଲିସ ମଧ୍ୟ ମୁତୟନ କରାଯାଇଛି । ଶ୍ରୀମନ୍ଦିରରେ ଦୀପାବଳି ପାଳନ ସହ ଅମାବାସ୍ୟା ନୀତି ହେବ ଅନୁଷ୍ଠିତ ହେବ । ସେଥିପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ପୁରୀ ଏସପି । ଦୀପାବଳି ପର୍ବକୁ ସମସ୍ତେ ବାଣ ଫୁଟାଇ ଆନନ୍ଦ ଓ ଉଲ୍ଲାସର ସହିତ ପାଳନ କରିଥିଲେ ।