ସମୁଦ୍ର ଭିତରେ ମାଛ ଧରା ଉପରେ କଟକଣା । ନଭେମ୍ବର ୧ରୁ ମେ’ ୩୧ ଯାଏଁ ଉପକୂଳରୁ ସମୁଦ୍ର ଭିତରକୁ ମାଛ ଧରିବାରେ କଟକଣା ଜାରି କଲେ ସରକାର । ସମୁଦ୍ର କୂଳରୁ ୨୦ ମାଇଲ ପର୍ଯ୍ୟନ୍ତ କୌଣସି ଯନ୍ତ୍ର ଚାଳିତ ଡଙ୍ଗା କି ଟ୍ରଲର ଧରି ପାରିବେନି ମାଛ । କାରଣ ଏହି ସମୟରେ ଦୂର ସମୁଦ୍ରରୁ କୂଳକୁ ଆସୁଛନ୍ତି ଅଣ୍ଡା ଦାନ କରିବାକୁ ଲକ୍ଷ୍ୟ ଲକ୍ଷ୍ୟ ଅଲିଭ ରିଡଲେ କଇଁଛ । ସେମାନଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଉଛନ୍ତି ସରକାର ।
ଓଡିଶାର ଦେବୀ, ଋଷିକୁଲ୍ୟା ଓ ବରୁଣେଇ ମୁହାଣ ମୁହଁରେ ଏଭଳି ସରକାରଙ୍କ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି । ଏହି କଟକଣାକୁ ମାନି ଅନେକ ମତ୍ସ୍ୟଜୀବୀ ଚାଲୁଥିବା ବେଳେ ସମୁଦ୍ର ଭିତରେ ସେପରି କିଛି ସୀମା ନିର୍ଦ୍ଧାରଣର ବ୍ୟବସ୍ଥା କରାଯାଇ ନଥିବା ବେଳେ ଅନେକ ମତ୍ସ୍ୟବୀବୀ ବାଟ ହୁଡ଼ି ମତ୍ସ୍ୟ ବିଭାଗ, ବନ ବିଭାଗ ଓ ତଟରକ୍ଷୀଙ୍କ ଦ୍ଵାରା ଗିରଫ ମଧ୍ଯ ହେଉଛନ୍ତି । ସେହିପରି ପ୍ରତିବର୍ଷ ବାରମ୍ବାର ବାତ୍ୟା, ଲଘୁଚାପ ପାଇଁ ସମୁଦ୍ର ଅଶାନ୍ତ ରହିବା କାରଣରୁ ଅନେକ ଦିନ ମାଛ ଧରିବାରେ ମଧ୍ଯ ସମସ୍ୟା ଭୋଗ କରୁଛନ୍ତି ମତ୍ସ୍ୟଜୀବୀ
ସେପଟେ ଗହୀର ମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଛ ଧରା ଉପରେ ନିୟମକୁ କଟକଣା କଡାକଡି କରାଯାଇଛି l ଧାମରା ଠାରୁ ଦେବୀ ମୁହାଣ ଯାଏ, ସମୁଦ୍ର କୂଳରୁ ୨୦ ନଟିକଲ୍ ପର୍ଯ୍ୟନ୍ତ ଟ୍ରଲର ମାଛ ମାରିବାକୁ ବାରଣ କରିଛି ରାଜନଗର ବନ ବିଭାଗ l ନଭେମ୍ବର ୧ ତାରିଖ ଠାରୁ ମେ' ୩୧ ତାରିଖ ଯାଏଁ ଗହୀରମଥାକୁ ଶହ ଶହ ନଟିକାଲ ମାଇଲ ଅତିକ୍ରମ କରି ଦେଶ ବିଦେଶରୁ ଅଲିଭ ରିଡଲେ କଇଁଛ ବଂଶ ବିସ୍ତାର ପାଇଁ ଆସିଥlନ୍ତି l କଇଁଛ ମାନେ ପ୍ରଜନନ କରିବା ପରେ ଅଣ୍ଡା ଦେଇ ଛୁଆ ହେବା ପରେ ପୁଣି ନିଜ ନିଜ ଅଞ୍ଚଚଳକୁ ଫେରିଯାଆନ୍ତି l ଟ୍ରଲର ଚଳାଚଳ ଯୋଗୁ କଇଁଛ ମରୁଥିବାରୁ ବନ ବିଭାଗ ଏହି ଅଞ୍ଚଳରେ ତୀକ୍ଷ୍ଣ ନଜର ରଖିବା ସହ ସମୁଦ୍ର ଭିତରେ ଥିବା ସୀମାକୁ ଟପି ନିଷିଦ୍ଧlଞ୍ଚଳ ନଯିବାକୁ ମତ୍ସ୍ୟଜୀବୀ ମାନଙ୍କୁ ବନ ବିଭାଗ ନିବେଦନ କରିଛି l (ପାରା