ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ବର୍ଷା ଋତୁ ପାଇଁ ପର୍ୟ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜୁନ୍ ୧୫ ତାରିଖରୁ ବନ୍ଦ ରହିଥିଲା କୁଳଡିହା ଅଭୟାରଣ୍ୟ । ଆଉ ଆଜିଠୁ ଖୋଲିଛି କୁଲଡିହା ଅଭୟାରଣ୍ୟ। ଏନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
କୁଲଡିହା ଅଭୟାରଣ୍ୟରେ ହାତୀ, ବାଘ, ଭାଲୁ, ସମ୍ବର, ହରିଣ, ଠେକୁଆ, ନୀଳଗାଈ, ବଳିଆ କୁକୁର, ବଜ୍ରକାପ୍ତା, ମୟୂର ଭଳି ଅନେକ ବିଲୁପ୍ତପ୍ରାୟ ବନ୍ୟପ୍ରାଣୀ ଦେଖାଯାଉଥିବା ବେଳେ ୨୫୦ରୁ ଅଧିକ ସଂଖ୍ୟାରେ ଦେଶୀ, ବିଦେଶୀର ପକ୍ଷୀ ଦେଖିବାକୁ ମିଳେ । ଏହାସହ ପ୍ରାକୃତିକ ସୌନ୍ଦର୍ୟ୍ୟ ଭରା ଏହି ଅଭୟାରଣ୍ୟରେ ପର୍ୟ୍ୟଟନର ବିକାଶ ଲାଗି ଗୋହିରାଭୋଳ ଠାରେ ‘ରିସିଆ ପ୍ରକୃତି ନିବାସ’ ଖୋଲାଯାଇଛି । ନେଚର୍ସ କ୍ୟାମ୍ପରେ ରାତ୍ରିଯାପନ ପାଇଁ ଅନ୍ ଲାଇନରେ ବୁକିଂର ବ୍ୟବସ୍ଥା ରହିଛି । ଏପରିକି ଏହି ବିଷୟରେ ଅଧିକ ଜାଣିବା ପାଇଁ ୱେବ୍ସାଇଟ୍ ecotourodisha.com ରହିଛି । ପୂର୍ବାହ୍ନ ୯ଟା ୩୦ରୁ ଅପରାହ୍ନ ୧ଟାରେ ପ୍ରବେଶ ସହ ୫ଟା ପର୍ୟ୍ୟନ୍ତ ପରିଭ୍ରମଣର ସୁବିଧା ରଖାଯାଇଛି ।