ଭୁବନେଶ୍ୱର; ଭୁବନେଶ୍ୱର ଭିଏସ୍ଏସ୍ ନଗର ସ୍ଥିତ ଗୋଜବାୟାଣୀ ଆଦର୍ଶ କଲୋନୀରେ ଏକ ଅଘଟଣ ଘଟିଯାଇଛି । ଗତକାଲି ରାତିରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବିଜୁଳି ଘଡଘଡି ମାରୁଥିବା ବେଳେ ବିଦ୍ୟୁତ ସଂସ୍ପଶ ର୍ରେ ଆଜି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ନାଁ ସନ୍ତୋଷାୀ ମଲ୍ଲିକ ବୋଲି ଜଣାପଡିଛି ।
ସୂଚନା ଅନୁସାରେ ସନ୍ତୋଷୀ ସ୍ଥାନୀୟ କଲୋନୀରେ ଏକ ଛୋଟ ଦୋକାନ କରିଥିଲେ । ଗତକାଲି ରାତିରେ ପ୍ରବଳ ବର୍ଷା ହେବାରୁ ସେ ଦୋକାନ ବନ୍ଦ କରି ଘରକୁ ଫେରିବାକୁ ବାହାରିଥିଲେ । ଏହି ସମୟରେ ପ୍ରବଳ ଘଡଘଡି ଲାଗି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା । ଯାହା ଫଳରେ ମହିଳା ଜଣଙ୍କୁ ଜୋରରେ ବିଦ୍ୟୁତ ଝଟକା ଲାଗିଥିଲା । ପରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏନେଇ ଖବର ପାଇ ସହିଦ ନଗର ଥାନା ପୋଲିସ ଘଟଥ୍ସ୍ଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।